ନବ ନିର୍ବାଚିତ ବିଜେପି ଜିଲ୍ଲା ସଭାପତିଙ୍କୁ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ନବ ନିର୍ବାଚିତ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରାଙ୍କୁ ସ୍ଥାନୀୟ କାର୍ଯ୍ୟାଳୟଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ଥିବା ଶ୍ରୀ ବେହେରାଙ୍କୁ ପ୍ରଥମେ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନିଜ ବକ୍ତବ୍ୟରେ ଶ୍ରୀ ବେହେରା ନିଜ ସଂଘର୍ଷ ସମୟ ତଥା ଜଣେ ସାମ୍ବାଦିକ ଭାବେ ମୁରିବାହାଲର ଗ୍ରାମାଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ ଥିବା ବେଳେ ଜିଲ୍ଲା ସଭାପତି ଭାବେ ଏହାର ସମାଧାନ କରିବା ପାଇଁ ନିଶ୍ଚିତ ଚେଷ୍ଟା କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ବ୍ଲକର ସମସ୍ତ ସାମ୍ବାଦିକମାନଙ୍କ ମଧ୍ୟରେ ଏକତା ଓ ଭାଇଚାରା, ବିଭିନ୍ନ ସରକାରୀ ସୁବିଧା ସୁଯୋଗ, ପ୍ରଶାସନ ସହ ସମନ୍ଵୟ ତଥା ବ୍ଲକରେ ଏକ ସାମ୍ବାଦିକ ଭବନ ନିର୍ମାଣ ଉପରେ ସେ ଗୁରୁତ୍ଵ ଦେଇଥିଲେ । ବ୍ଲକର ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଆସୋସିଏସନ୍ ପକ୍ଷରୁ ତାଙ୍କୁ ଗତ ପ୍ରେସ ଦିବସରେ ମଧ୍ୟ ସ୍ଵତନ୍ତ୍ର ରୂପେ ସମ୍ୱର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ରୂପେ ଉପଦେଷ୍ଟା ଭଗବାନ ମହାନ୍ତି, ଉପସଭାପତି ଗିରିଧାରୀ ସାହୁ, ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି ପ୍ରମୁଖ ଶ୍ରୀ ବେହେରାଙ୍କ ଦୀର୍ଘ ରାଜନୈତିକ ଜୀବନ, ଯୁବ ସାମ୍ବାଦିକଙ୍କ ପ୍ରେରଣାର ଉତ୍ସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆସୋସିଏସନ୍ ସଦସ୍ୟ ମଦନ ମୋହନ ସାହୁ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.