ମାଲକାନଗିରିରେ ବିଜୟ ଉତ୍ସବ ପାଳିଲେ ବିଜେପି କର୍ମୀ

ମାଲକାନଗିରି : ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି । ଏଥିରେ ପୂର୍ବତନ ଭାଜପା ବିଧାୟକ ସ୍ୱର୍ଗତ ବିଷ୍ଣୁ ପ୍ରସାଦ ସେଠିଙ୍କ ପୁଅ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜୟ ହାସଲ କରିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ଦଳର ପ୍ରାର୍ଥିନୀ ଅବନ୍ତି ଦାସ ପରାଜିତ ହୋଇଛନ୍ତି । ଭାଜପା ପ୍ରାର୍ଥୀଙ୍କ ବିଜୟ ହୋଇଥିବାରୁ ମାଲକାନଗିରି ଜିଲ୍ଲାରେ ଭାଜପା ପାର୍ଟି ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ସନ୍ଧ୍ୟାରେ ଜିଲ୍ଲା ସଦର ମହକୁମା ସୁବାଷ ବୋଷ ଛକଠାରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି ।

ଭାଜପା ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲଙ୍କ ନେତୃତ୍ୱରେ ଭାଜପା ନେତା ଶ୍ୟାମଲ ସୋନାନୀ, ମାଣିକ ଲାଲ ଚକ୍ରବର୍ତୀ, ସଞ୍ଜୟ ସରକାର, ବାଲଜି ପଡେଲ, ଜଳନ୍ଧର ନାୟକ, ଦିନେଶ ପଟ୍ଟନାୟକ, ଦିଲୀପ ଦଣ୍ଡପାଠ, ହଳଧର କପେ, ଶାନ୍ତିଲତା ମାଝୀ, ସନ୍ତୋଷିନୀ ପାତ୍ର, ବାଣୀ କର୍ତୁଲ, ଦ୍ରୋପଦୀ ପଟ୍ଟନାୟକ ପ୍ରମୁଖ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହି ଆତସ ବାଜି ଫୁଟାଇ ନିଜ ନିଜ ମଧ୍ୟରେ ଓ ରାସ୍ତାରେ ଯାଉଥିବା ବାଟୋଇଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇ ଥିଲେ ।

Leave A Reply

Your email address will not be published.