oom

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଅନିୟମିତତା ଅଭିଯୋଗ କଲା ବଲାଙ୍ଗିର ବିଜେପି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି ବଲାଙ୍ଗିର ବିଜେପି । ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତ କରି ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ହୋଇଥିବା ଅନିୟମିତତା ବିଷୟରେ ଲିଖିତ ଅଭିଯୋଗ କରିଛନ୍ତି ।

ବିଶେଷ କରି ପ୍ରିଜାଇଡିଂ ଅଧିକାରୀମାନେ ପୁଲିଂ ଏଜେଣ୍ଟମାନଙ୍କୁ ୧୧ ନଂ ଫର୍ମ ଦେବାକୁ ମନା କରିବା ଅବାଧ ଓ ନିରପେକ୍ଷ ନିର୍ବାଚନର ପରିପନ୍ଥୀ ଅଟେ, ତେଣୁ ତୁରନ୍ତ ଏହାର ସମାଧାନ କରିବାକୁ ଦାବୀ କରାଯାଇଛି । ଅନ୍ୟଥା ଅସାଧୁ ଅଧିକାରୀମାନଙ୍କ ସହ ଶାସକ ଦଳର ଲୋକ ମିଶି ଅବ୍ୟବହୃତ ବେଲଟ କାଗଜକୁ ନିଜ ପ୍ରାର୍ଥୀ ସପକ୍ଷରେ ବ୍ୟବହାର କରିବା ସମ୍ଭାବନାକୁ ଏଡାଇ ଦିଆନଯାଇପାରେ, କାରଣ ବେଲଟ ବାକ୍ସ ଗୁଡିକ ଏକ ସପ୍ତାହରୁ ଅଧିକ ସମୟ ବ୍ଲକ ଅଫିସମାନଙ୍କରେ ରହିବ । ତେଣୁ ଏହାର ତୁରନ୍ତ ସମାଧାନ ଦାବୀ କରିଛି ବଲାଙ୍ଗିର ଜିଲ୍ଲା ବିଜେପି । ଜିଲ୍ଲାପାଳ ଏହା ଉପରେ ନିର୍ଭର ପ୍ରତିଶୃତି ଦେବା ସଙ୍ଗେ ସଙ୍ଗେ ୧୧ ନଂ ଫର୍ମ ଦେବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ ଏକ ଚିଠି ଆସିବା କଥା କହିଛନ୍ତି ଏବଂ ଚିଠିର ଏକକିତା ନକଲ ଦେଇ ତାକୁ ସମସ୍ତ ପ୍ରାର୍ଥୀ ତଥା ପୁଲିଂ ଏଜେଣ୍ଟମାନଙ୍କୁ ଦେବା ପାଇଁ ଅନୁରୋଧ କରିଛନ୍ତି ।

ଆଜି ଜିଲ୍ଲାପାଳଙ୍କୁ ଭେଟିଥିବା ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା କୋଷାଧକ୍ଷ ପ୍ରଦୀପ ବଂଶଲ ଓ ଯୁବମୋର୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଟଙ୍କଧର ପୁଟେଲ ମଧ୍ୟ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.