oom

ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ପାଇଁ ବିଜେପି ପକ୍ଷରୁ ଦାବୀ

jsmm

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାରେ ଅନୁସୂଚିତ ଜାତିଙ୍କ ପାଇଁ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କୌଣସି ସ୍ଥାନ ସଂରକ୍ଷଣ ରଖାଯାଇ ନଥିବାରୁ ଜିଲ୍ଲାସାରା ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶକ ପାଇଥିବା ବେଳେ ଏନେଇ ବୌଦ୍ଧ ଜିଲା ବିଜେପି ଅନୁସୂଚିତ ଜନଜାତିର ସଭାପତି ଡମ୍ବରୁଧର କୁଁହର, ଯୁବନେତା ବିଶ୍ୱନାଥ କୁଁହର, ପ୍ରତାପ କୁଁହର ଆଜି ଏକ ସାମ୍ବାଦିକ ସମ୍ବିଳନୀର ଆୟୋଜନ କରି ଅସନ୍ତୋଷ ପ୍ରକାଶ କରିବା ସହ ବୌଦ୍ଧ ଜିଲ୍ଲାରେ ଆଦିବାସୀଙ୍କ ଉପରେ ସରକାରଙ୍କ ବୈମାତୃକ ମନୋଭାବକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି । ଆଗାମୀ ଦିନରେ ଅନୁସୂଚିତ ଜନଜାତିଙ୍କ ଯଦି ସଂରକ୍ଷଣ ଲାଗୁ କରାନଯାଏ, ତେବେ ଆଗାମୀ ଦିନରେ ଜିଲାରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.