ବିଜେପି ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତିଙ୍କ ସମେତ ଜିଲ୍ଲା ଟିମ୍‌କୁ ରାତି ଅଧିଆ ଗିରଫ କଲା ବିଜେପୁର ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ଆଜି ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତ ସମୟରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ରାତିରେ ଶୋଇଥିବା ସମୟରେ ରାତ୍ରି ଅଧିଆ ଘରୁ ଉଠାଇ ନେଇ ଗଲା ବିଜେପୁର ପୋଲିସ । ମୁଖ୍ୟତଃ ତିନୋଟି ପ୍ରସଙ୍ଗକୁ ନେଇ କୃଷକ ମୋର୍ଚ୍ଚା ଦାବୀ କରିଥିଲା ମମିତା ମେହେରଙ୍କୁ ଯେଉଁ ନିର୍ମମ ଭାବେ ହତ୍ୟା ଓ ସେଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମଧ୍ୟ ସଂପୃକ୍ତି ରହିଛି ତାଙ୍କୁ ବହିସ୍କାର ଦାବୀରେ, ବରଗଡ଼ ହଜାତ୍ ମୃତ୍ୟୁ ଘଟଣାରେ ଯେଉଁ ଭଳି ପୋଲିସ ଗୋବିନ୍ଦ କୁମ୍ଭାରଙ୍କୁ ନ୍ୟାୟ ଦେବା ପାଇଁ, ପଦ୍ମପୁର ସବ୍ ଡିଭିଜନରେ ମରୁଡିର କରାଳ ରୂପ ଦେଖା ଦେଇ ଥିବା ସତ୍ବେ ଆଜି ପର୍ଯ୍ୟନ୍ତ କାହିଁକି ସରକାର ମରୁଡି ଘୋଷଣା କରି ନାହାନ୍ତି । ଏହି ସବୁ କଥାକୁ ନେଇ କାଲି ପତାକା ପ୍ରଦର୍ଶନ ପାଇଁ ଯାଇଥାନ୍ତେ ବରଗଡ କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ମଦନ ମୋହନ ପଟେଲ, କୋଡିନେଟର ଯୋଗେନ୍ଦ୍ର ଭୋଇ, କୃଷକ ମୋର୍ଚ୍ଚା ଆଇଟିସେଲ୍ ନିଳାଞ୍ଚଁଲ ଦରୁଆନଙ୍କୁ ଗିରଫ କରିଛି ବିଜେପୁର ପୋଲିସ ।

jittmm
Leave A Reply

Your email address will not be published.