- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ଓ ଆଇନ ମନ୍ତ୍ରୀପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମମିତା ମେହେର ହତ୍ୟାକାଣ୍ଡକୁ ଏକ ମାସ ପୁରିଛି । ରାଜ୍ୟ ସରକାର ଏ ଯାଏଁ ମମିତାଙ୍କୁ ନ୍ୟାୟ ଦେଇ ପାରିନଥିବା ବେଳେ ଓଲୋଟା ଦୋଷୀଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି ଅଭିଯୋଗ କରିବା ସହ ଘଟଣାରେ ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ତଥା ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ ପ୍ରଦାନ କରିବା ଦାବୀରେ ଭାରତୀୟ ଜନତା ପାର୍ଟି ତରଫରୁ ବଲାଙ୍ଗିରର ସମସ୍ତ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହି କ୍ରମରେ ବଲାଙ୍ଗିର ସାଂସଦ ସଙ୍ଗିତା ସିଂ ଦେଓଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଶତାଧିକ କର୍ମକର୍ତ୍ତା ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଆହୁରି, ରାଜ୍ୟ ସରକାର ମମିତା ମେହେର ହତ୍ୟା ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଘଟଣାର ନିରପେକ୍ଷ ତଦନ୍ତ କରାଇବା ଆବଶ୍ୟକ ଥିଲା ବିଜେପିର ସିବିଆଇ ତଦନ୍ତ ଦାବୀକୁ ସରକାର ବେଖାତିର କରି ନିଜ ପୋଲିସ ଦ୍ୱାର ତଦନ୍ତ କରାଇ ଘଟଣା ସଂପୃକ୍ତରେ ମନ୍ତ୍ରୀଙ୍କୁ କ୍ଲିନ ଚିଟ୍ ଦେଇ ତଦନ୍ତ ସାରି ଦେଇଛନ୍ତି । ଯଦ୍ୱାରା ଘଟଣାର ଅନ୍ୟାନ୍ୟ ସହେଯାଗୀମାନେ ଏବେ ଆଇନ କବଳରୁ ଖସି ଯାଇଛନ୍ତି । ତେବେ ଘଟଣାର ତଦନ୍ତ ଭାର ସିବିଆଇକୁ ଦେଳେ ସମସ୍ତ ଦୋଷୀ ଆଇନ କବଳକୁ ଆସି ପାରିବେ ବୋଲି ସାଂସଦ ସଙ୍ଗିତା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡା, ବିଧାୟକ ପାର୍ଥୀ ଅନନ୍ତ ଦାଶ, ରାକେଶ ମିଶ୍ର, ପିତାମ୍ବର ଖମାରୀ, ଦିନେଶ ଶର୍ମା, ଅମିତ୍ ସିଂନିନା, ବବୀ ମିଶ୍ର, ବଡ ବାବୁ ସଲେମା ସଦାନନ୍ଦ କାଳସେ, ରଶ୍ମି ରଂଜନ ବାରିକ, ନରସିଂହ ସିଂ, ସୁନିଲ ମିଶ୍ର, ସନ୍ତୋଷ ସାହୁ, ଧର୍ମେନ୍ଦ୍ର ଅଗ୍ରୱାଲ, ଲଳିତ ଶର୍ମା, ରାଜକିଶୋର ନାୟକ, ପବିତ୍ର ସାହୁ, ରୋଜା ନାୟକ, ଟଙ୍କ ପାଧନ, ରଞ୍ଜିତ ପାଣଗ୍ରାହୀ, ଆରତୀ ଗୁରୁ, ବନଶ୍ରୀ ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ସରିତା ଯୋଶୀ, ସଞ୍ଜୁ ନାୟକ, ବାସନ୍ତୀ ଜେନା, ଫିରୋଜ ବିବୀ, ଅନିତା ମିଶ୍ର, ସୌଦାମିନୀ ମିଶ୍ର ଏବଂ ବିଜେପିର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।