ମରୁଡି ପରସ୍ଥିତି ଅନୁଧ୍ୟାନ କଲେ ବିଜେପିର ଉଦନ୍ତୀ ମଣ୍ଡଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିନାପାଲି ବ୍ଲକରେ ବିଜେପି ମରୁଡି ଅନୁଧ୍ୟାନକାରୀ ଦଳ ପହଞ୍ଚି ମରୁଡି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶିବ ପ୍ରଶାଦ ମୁଣ୍ଡଙ୍କ ନେତୃତ୍ୱରେ ମରୁଡି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଜିଲ୍ଲାରେ ମରୁଡି ପରିସ୍ଥିତି ଉଦ୍‌ବେଗ ଜନକ ଅଟେ । ଚାଷୀ ଋଣଗ୍ରସ୍ତ ହୋଇ ବିକଳ୍ପ ଚାଷ ବ୍ୟବସ୍ଥା ନପାଇ ମାନସିକ ସନ୍ତୁଳନ ହରାଇବା ପରିସ୍ଥିତି ଦେଖି ରାଜ୍ୟ ସରକାର ତୁରନ୍ତ ଜିଲ୍ଲାକୁ ମରୁଡି ଘୋଷଣା ପାଇଁ ଉଦନ୍ତୀ ମଣ୍ଡଳ ପକ୍ଷରୁ ଦାବୀ କରିଛନ୍ତି । ଏହି ଗସ୍ତରେ ମକରନ୍ଦ ଗହୀର, ଶତିଶ ଯୋଶୀ, ମହାବୀର ମିଶ୍ର, କୋଦଣ୍ଡ ରାଉତ, ପୁସ୍ତମ ମଷରା, ବାଳମୁକୁନ୍ଦ ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.