ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିକେଲ ସ୍ଥିତ ସମଲେଶ୍ୱରୀ ଠାରେ ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ସୌକିଲାଲ ସାହାଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଓ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ଜନ କଲ୍ୟାଣ ତଥା ଜନହିତ ପାଇଁ ହେଉଥିବା ଯୋଜନା ମାନଙ୍କ ବିଷୟରେ ଲୋକଙ୍କୁ ସଚେତନ କରିବା ଓ କୋଭିଡ ମହାମାରୀ ସମୟରେ ଜନ ସାଧାରଣଙ୍କୁ ଯଥା ସମ୍ଭବ ସାହାଯ୍ୟ ସହ ଆଗାମୀ ଦିନରେ ହେବାକୁ ଥିବା କାର୍ୟ୍ୟକ୍ରମ ମାନଙ୍କ ବିଷୟରେ ଆଲୋଚନା ସହିତ ମଣ୍ଡଳର କାର୍ୟ୍ୟକର୍ତ୍ତାଙ୍କ ଦ୍ଵାରା ଆୟୋଜିତ ଏକ ବୃକ୍ଷ ରୋପଣ କାର୍ୟ୍ୟକ୍ରମରେ ମଧ୍ୟ ସାମିଲ ହୋଇ ପ୍ରକୃତିର ସୁରକ୍ଷା ନିମିତ୍ତ ସଂକଳ୍ପ ନେଇ ବୃକ୍ଷ ରୋପଣ କରିଥିଲେ । ଦୁଇ ଜଣ ବରିଷ୍ଠ ନେତା ରାଜେଶ ସାହୁ ଓ ଡୋଲାମଣି ପାଣ୍ତେଙ୍କୁ ଅଟଳ ସମ୍ମାନ ଦ୍ୱାରା ସମ୍ମାନିତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ତ୍ୱରେ ଅନୁପ୍ରାଣିତ ହୋଇ ବିଜୟ ଚୌହାନ, ପ୍ରଦୀପ ସାହୁ, ସମୀର ମେହେର ବିଜେପିରେ ସାମିଲ ହୋଇଥିଲେ । ବିଜେପି ଦଳ ବରିଷ୍ଠ କାର୍ୟ୍ରକର୍ତ୍ତା ପଦ୍ମପୁର ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର, ଜିଲ୍ଲା ଉପ ସଭାପତି ସରୋଜ ସାମଲ, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ରାଜବୋଡାସମ୍ବର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ପଦ୍ମପୁର ଏନ୍ଏସି ସାଂସଦ ପ୍ରତିନିଧି ଚିନ୍ମୟ ପଣ୍ତା, ବରିଷ୍ଠ ନେତା ଲୋଚନ ବରିହା, ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗେନ୍ଦ୍ର ଭୋଇ, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହା, ଆଇଟିସେଲ ସଂଯୋଜକ ନିଳାଞ୍ଚଳ ଦରୁଆନ ପ୍ରମୁଖ କାର୍ୟ୍ୟକର୍ତ୍ତା ମାନେ ସାମିଲ ଥିଲେ । ଶେଷରେ ଲକ୍ଷ୍ମୀକାନ୍ତ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।
