oom

୨୪ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେଲେ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ଦିନକୁ ଦିନ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିବା ସହ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବେଲପଡା ବ୍ଳକ କପାଣି ପଞ୍ଚାୟତ ଡୁଙ୍ଗୁରିଗୁଡା ଗ୍ରାମର ୨୪ ଜଣ ବିଜେପି ଓ କଂଗ୍ରେସ କର୍ମୀ ବେଲପଡା ବ୍ଳକ ବିଜେଡି କାର୍ଯ୍ୟାଳୟରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତରେ ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି । ବିଧାୟକ ଶ୍ରୀ ମେହେର ଦଳରେ ସାମିଲ ହୋଇଥିବା କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ କିପରି ଅଧିକରୁ ଅଧିକ ଦଳୀୟ କର୍ମୀଙ୍କୁ ଜିତାଇବା ସେଥି ପ୍ରତି ସମସ୍ତେ ଯତ୍ନବାନ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.