oom

ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କଁସିଲ ପଂଚାୟତର ଧୁଣ୍ଡିମହୁଲ, ଡ଼ୁମେରମୁଣ୍ଡା, କଁସିଲ ଓ ମୁଣ୍ଡପଦର ପଂଚାୟତର ଗୋବିନ୍ଦପୁର, କନ୍ଧବାହାଲ, ସାଗୁନଭାଡି ଓ କୁଣ୍ଡାବୁଟୁଳା ପଂଚାୟତର ନଙ୍ଗଳାଜୁରୀ, ଡ଼ୁମେରପଡା, ବାଦୀଚକା ଓ କୁଣ୍ଡାବୁଟୁଳା ଗ୍ରାମଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ବିଜେଡି ବ୍ଲକ ସଭାପତି ରାଧେଶ୍ୟାମ କେତକୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲାଲଚନ ପୁଟେଲ, ରାଜ୍ୟସଭା ସାଂସଦ ପ୍ରତିନିଧି ମନରଞ୍ଜନ ଭୋଇ, ଛାତ୍ର ବିଜେଡି ବ୍ଲକ ସଭାପତି ଗୁରୁଚରଣ ଠେଲା, ବରିଷ୍ଠ ନେତା କର୍ଣ୍ଣ ମେହେର, ଅଶୋକ ଛୁରା, ଅରଛୁ ଭୋଇ, ଶରତ ବେହେରା, ବିନୋଦ ବେହେରା, ଦୀନବନ୍ଧୁ ତେଜି, ରାହାସ ଠେଲା, ରମାକାନ୍ତ ଘିଭେଲା, ଉମାଶଙ୍କର ଠେଲା, ଖୁଜେନ୍ତି ରଣା, ଯୁବରାଜ ବନଛୋର ଓ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.