ପାଟଣାଗଡ଼ ପୌର ନିର୍ବାଚନ : ଚାଲିଛି ଭୋଟ୍ ଗଣତି, ଅପରାହ୍ନ ସୁଦ୍ଧା ଫଳାଫଳ, ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ବିଶ୍ଵାଳ ଏକ ହଜାର ଭୋଟ ଆଗରେ, ୧୦ ୱାର୍ଡରେ ବିଜେଡି କାଉନସିଲର ବିଜୟୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଆସିବ ପୌର ନିର୍ବାଚନର ଫଳାଫଳ । ପାଟଣାଗଡ଼ ମ୍ୟୁନିସିପାଲଟି ୧୫ଟି ୱ।ର୍ଡ ପାଇଁ ହୋଇଥିବା ଭୋଟ୍‌ର ଗଣତି ଚାଲିଛି । ଇଭିଏମରେ ସିଲ୍ ହୋଇଥିବା ୪ ଅଧ୍ୟକ୍ଷ ଓ ୫୦ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏଥିପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଅପରାହ୍ନ ସୁଦ୍ଧା ପଳାଫଳ ପ୍ରକାଶ ପାଇବ । ପ୍ରଥମ ପର୍ୟ୍ୟାୟରେ ବିଜେଡି ଅଧକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ମାନସୀ ବିଶ୍ଵାଳ ଏକ ହଜାର ଭୋଟର ଆଗରେ ରହିଥିବା ବେଳେ ୱାଡର଼୍ ନଂ ୧ ବିଜେଡି କାଉନସିଲର ହେମବତୀ ମେହେର ୧୮୦, ୱାଡର଼୍ ନଂ ୨ ରୀତା ମେହେର ୧୯୦ ଭୋଟ ବ୍ୟବଧାନରେ, ୱାଡର଼୍ ନଂ ୩ ସୁଜିତ ମେହେର ୩୯୧, ୱାଡର଼୍ ନଂ ୪ ଉଷାରାହା ୧୪୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୱାଡର଼୍ ନଂ ୫ ଶ୍ରୀରାମ ଦଲେଇ ୬ ବିଜେଡି କାଉନସିଲର ଭାରତୀ ଯୁଗଳ ୪୭, ୱାଡର଼୍ ନଂ ୭ ବିଜେଡି କାଉନସିଲର ରୁନା ମହାନନ୍ଦ ୫୧, ୱାଡର଼୍ ନଂ ୮ ବିଜେଡି କାଉନସିଲର ସୁରେନ୍ଦ୍ର ସା ୩୨, ୱାଡର଼୍ ନଂ ୯ ବିଜେଡି କାଉନସିଲର ପ୍ରଫୁଲ୍ଲ କୁମାର ମେହେର ୨୨୪, ୱାଡର଼୍ ନଂ ୧୦ କେଶରୀ ମେହେର ୪୨ ଭୋଟରେ ବିଜୟୀ ହୋଇଥିବା ଭୋଟ ଗଣିତରେ ସୂଚନା ମିଳିଛି । ୧୦ଟି ୱାଡର଼୍ରେ ବିଜେଡି କାଉନସିଲର ବିଜୟୀ ହୋଇଥିବା ବେଳେ ଭୋଟ ଗଣତି ଜାରି ରହିଛି ।

Leave A Reply

Your email address will not be published.