
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ କିଛି ଦିନ ହେଲା ଚାରିଆଡ଼େ ଚର୍ଚ୍ଚା ଯେ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ବିଜେପି ଦଳର ସାମିଲ ହେବାକୁ ଯାଉଛନ୍ତି । ସେ ବିଜେଡି ଦଳ ଛାଡ଼ି ବର୍ତ୍ତମାନର ଶାସକ ଦଳ ବିଜେପି ଦଳରେ ମିଶିବାକୁ ଯାଉଥିବା ନେଇ ଚାରିଆଡ଼େ ପ୍ରଚାର ପ୍ରସାର ହେଇଥିଲା । ହେଲେ ସେହି ଚର୍ଚ୍ଚାର ବିଷୟ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ଖମାରୀ । ସେ ଏକ ପ୍ରେସ ବିଜ୍ଞପ୍ତି କରି ସେଥିରେ ଜଣାଇଛନ୍ତି ଯେ, ଗତ ଚାରିଦିନ ତଳେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ବିଜେପିରେ ମିଶିବେ ବୋଲି ଏକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରକାଶ ପାଇଥିଲା । ମୁଁ ବର୍ତ୍ତମାନ ବିଜେଡ଼ି ଦଳର ସମର୍ଥିତ ପ୍ରାର୍ଥୀ ହୋଇ ବ୍ଲକ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ରହିଛି । ବିଜେଡ଼ି ଦଳରେ ସକ୍ରୀୟ ଭାବେ ରହିଛି ଏବଂ ରହିଥିବି ବୋଲି କହିବା ସହ ମୋ ବିରୁଦ୍ଧରେ ଯେଉଁ ଗଣମାଧ୍ୟମ ଅପପ୍ରଚାର କରୁଛି ମୁଁ ତାକୁ ଦୃଢ ନିନ୍ଦା କରୁଛି ବୋଲି ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।