oom

କିଛି ମୁଷ୍ଟିମେୟ ବ୍ୟକ୍ତି ଦଳରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି : ଲୋଇସିଂହା ବିଜେଡି

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ମଧ୍ୟରେ କୌଣସି ଫାଟ ନାହିଁ । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କର୍ମୀ ଏକଜୁଟ ହୋଇ ଦଳ ପାଇଁ କାମ କରୁଛନ୍ତି । କିଛି ମୁଷ୍ଟିମେୟ ବ୍ୟକ୍ତି ଦଳକୁ ବଦନାମ କରିବା ଉଦ୍ଦେଶ୍ୟରେ କର୍ମୀ ସମ୍ମିଳନୀ ଆୟୋଜନ କରି ଅଯଥାରେ ବିଭ୍ରାନ୍ତି ସୃଷ୍ଟି କରୁଥିବା ନେଇ ବିଜେଡି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ଗତ ଏପ୍ରିଲ ୨୬ ତାରିଖ ବୁଧବାର ଦିନ ବୁର୍ଡା ଡାକବଙ୍ଗଳା ଠାରେ କିଛି ବ୍ୟକ୍ତି ବିଜେଡି କର୍ମୀ ସମ୍ମିଳନୀ ଆୟୋଜନ କରିଥିବା ନେଇ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ଜଣାପଡିଥିଲା । ତେବେ ସେହି ସଭାରେ ବିଜେଡିର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା, ଆଗଲପୁର ଓ ପୁଇଁତଲା ବ୍ଲକର କୌଣସି ବିଜେଡି ସଭାପତି ଉପସ୍ଥିତ ନ ଥିଲେ । କିଛି ମୁଷ୍ଟିମେୟ ଆତ୍ମଘୋଷିତ ବିଜେଡି କର୍ମୀ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଦଳରେ ବିଭ୍ରାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ତଥାକଥିତ ସେହି କର୍ମୀ ସମ୍ମିଳନୀ ଆୟୋଜନ କରିଥିଲେ । ସେହି କର୍ମୀ ସମ୍ମିଳନୀ ଆୟୋଜନରେ ବିଜେଡି ଦଳର କୌଣସି ସମ୍ପୃକ୍ତି ନାହିଁ । ବିଜେଡି ଏକ ଶୃଙ୍ଖଳିତ ଦଳ । ଆଗାମୀ ନିର୍ବାଚନରେ ଦଳ ଯାହାକୁ ଟିକେଟ ଦେବ, ସମସ୍ତ କର୍ମୀ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିଶ୍ଚିତ ଲଢ଼ିବେ । ତେବେ ଦଳର ଛାମୁଆ କର୍ମୀ ତଥା ବ୍ଲକ ଓ ଜିଲ୍ଲା ସଭାପତିଙ୍କ ଅଜାଣତରେ କର୍ମୀ ସମ୍ମିଳନୀ ଆୟୋଜନର କୌଣସି ଯଥାର୍ଥତା ନ ଥିବା ନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଲୋଇସିଂହା ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, ଆଗଲପୁର ବ୍ଲକ ସଭାପତି ପଞ୍ଚୁ ପଧାନ, ପୁଇଁତଲା ବ୍ଲକ ସଭାପତି ବିଷ୍ଣୁ ପଟେଲ, ବରିଷ୍ଠ ବିଜେଡି କର୍ମୀ ପ୍ରଦୀପ ସାହୁ, ଅଂଶୁମାନ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.