oom

ଯୁବ ଛାତ୍ର ବିଜେଡିର ରକ୍ତଦାନ ଶିବିର ଆରମ୍ଭ : ସାତ ଦିନ ଧରି ରକ୍ତ ସଂଗ୍ରହ କରାଯିବ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କରୋନା ରୋଗ କାୟା ବିସ୍ତାର କରୁଥିବା ବେଳେ ରକ୍ତର ଅଭାବ ଅନେକ ସମସ୍ୟା ସୃଷ୍ଟି କରୁଛି । ତାକୁ ଆଖି ଆଗରେ ରଖି ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆରମ୍ଭ ରକ୍ତଦାନ ଶିବିର । ଆଜି ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂହଦେଓଙ୍କ ଜନ୍ମଦିନ । ଆଜିଠାରୁ ସପ୍ତାହବ୍ୟାପି ବଲାଙ୍ଗିର ବିଜୁ ଯୁବ ଛାତ୍ର ଜନତା ଦଳ ଓଡିଶା-ମୋ ପରିବାର ଆନୁକୁଳ୍ୟରେ “ଜୀବନ ବିନ୍ଦୁ” ରକ୍ତଦାନ ଶିବିର ଯୁବ ସଙ୍ଗଠକ ଦୀପକ ପଣ୍ଡାଙ୍କ ନେତୃତ୍ୱରେ ଆଜି ୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଏହି ଶିବିର ମାଧ୍ୟମରେ ଯୁବଛାତ୍ର ବିଜେଡି କର୍ମକର୍ତାମାନେ ପୁର୍ବତନ ସାସଂଦଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଥିବା ବେଳେ କଳିକେଶ ସିଂହଦେଓ ରକ୍ତଦାତା ଓ ଆୟୋଜକମାନଙ୍କୁ ଭିଡିଓ କଲ ମାଧ୍ୟମରେ ଧନ୍ୟବାଦ ଅର୍ପଣ କରି ଏ ମହାମାରି ସମୟରେ ତାଙ୍କର ବହୁମୁଲ୍ୟ ରକ୍ତଦାନ କରି ସମାଜର ଗୋଟିଏ ଜୀବନ ବଞ୍ଚାଇବାର ପ୍ରୟାସ କରିଥିବାରୁ ସାଧୁବାଦ ଜଣାଇଥିଲେ । ଏହି ରକ୍ତଦାନ ଶିବିର ଯୁବ ସଂଙ୍ଗଠକ ଦିପକ ପଣ୍ଡା ନେତୃତ୍ୱ ନେଇଥିବା ବେଳେ ଛାତ୍ର ରାଜ୍ୟ ସମ୍ପାଦକ ସୁମନ ନନ୍ଦ ଜିଲ୍ଲା ସଭାପତି ଗୁଞ୍ଜ ଖାନ ଯୁବ ସଭାପତି ରାଜେନ୍ଦ୍ର ହୋତା, ଜିଲ୍ଲା ଆଇଟି ସଂଯୋଜକ ବିଭୂତି ଭୂଷଣ ମିଶ୍ର, ଛାତ୍ର ସମ୍ପାଦକ ପ୍ରତିକ ଶତପଥି, ଯୁବ ସମ୍ପାଦକ ଗୋବିନ୍ଦ ଶତପଥି, ଛାତ୍ର ପୌରାଞ୍ଚଳ ସଭାପତି ସୁନ୍ଦର ବିଶି, ଛାତ୍ର ଆଇଟି ସଂଯୋଜିକା ଶତାବ୍ଦି ନନ୍ଦ, ଛାତ୍ର ସଦର ବ୍ଲକ ସଭାପତି ରାଜିବ ଯୋଶୀ ବରିଷ୍ଠ କର୍ମକର୍ତା ରାମ ନାଏକ, ସଞ୍ଜୟ ଶେଖର ଦେଓ ଏବଂ ବିରସେନ ସାହୁ ସହଯୋଗ କରିଥିବାବେଳେ ଦିପକ ପଣ୍ଡା ନିଜେ ରକ୍ତଦାନ କରିଥିଲେ ।

jittmm
Leave A Reply

Your email address will not be published.