ଛତ୍ରପୁର ମୁଖ୍ୟବଜାର ମେନ୍‌ରୋଡ଼ରେ ବିଜେଡି ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମେନ୍‌ରୋଡ଼ ମୁଖ୍ୟବଜାରରେ ବିଜୁ ଜନତା ଦଳର ଅସ୍ଥାୟୀ ଦଳୀୟ କାର୍ଯ୍ୟାଳୟ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଗୁରୁବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ଛତ୍ରପୁରର ଚେୟାରମ୍ୟାନ ପ୍ରାର୍ଥିନୀ ଟି.ଲଷ୍ମୀଙ୍କ ସମେତ ଅନ୍ୟ ସମସ୍ତ ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟ ଦିଗରେ ସମସ୍ତଙ୍କ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଆହ୍ୱାନ କରିଛନ୍ତି । ବିଜେଡି ନଗରସଭାପତି ବି.ରାଜିବାବୁଙ୍କ ଦ୍ଵାରା ସଭାପରିଚାଳନା ହୋଇଥିବା ବେଳେ ପୂର୍ବତନ କାଉନ୍‌ସିଲର୍‌ ଟି.ଚନ୍ଦ୍ରଶେଖର ରାଓ, ରାଜେଶ ସାହୁ, କାଉନ୍‌ସିଲର୍‌ ପ୍ରାର୍ଥୀ ଜି.ପାପା ରାଓ, ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ତଥା ୨୦ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ଏମ୍.ଧନଞ୍ଜୟ ରେଡ୍ଡୀ, ପ୍ରାକ୍ତନ ବିଧାୟକ ଅଶୋକ ଚୌଧୁରୀ, ନଗର ଉପସଭାପତି ଅଟଳ ବିହାରି ପଟ୍ଟନାୟକ, ସମସ୍ତ ୱାର୍ଡ ପ୍ରାର୍ଥୀ ଏବଂ ବହୁ ମାନ୍ୟଗଣ୍ୟ ନେତ୍ତୃବର୍ଗ ଯୋଗ ଦେଇଥିଲେ । ସମାଜସେବୀ ଆଡ଼ଭୋକେଟ ଅହିଭୂଷଣ ସାହୁ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥଲେ ।

jittmm
Leave A Reply

Your email address will not be published.