କୋମନା ଜୋନ୍ ନଂ.୨ରେ ବିଜେଡିର ମାରାଥନ୍ ପ୍ରଚାର

ନୂଆପଡ଼ା, (ନିରାକାର ମେହେର) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରହିଛି ନୂଆପଡା ରାଜନୀତି । ଗାଁ ମୁହାଁ ହେଲେଣି ତିନି ପ୍ରମୁଖ ଦଳ । କଳେ ବଳେ କୈାଶଳେ ଆସନ ହାତେଇବା ପାଇଁ ଚାଲିଛି କସରତ । ନିର୍ବାଚନୀ ମାହୋଲରେ ଘଡିକେ ଘୋଡା ଛୁଟୁଥିବା ବେଳେ କୋମନା ଜୋନ୍ ନଂ-୨ରେ ପ୍ରବଳ ବିଜେଡି ହାଓ୍ବା ଅନୁଭୂତ ହେଉଛି । ଗତଥର ଏହି ଆସନ ବିଜେଡି ହାତରେ ଥିଲା, ହେଲେ କୌଣସି କାରଣରୁ ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତ ରାମ୍ ନରେଶ ଅହୀରଙ୍କ ଅକାଳ ବିୟୋଗ ହୋଇଥିଲା । ପରେ ଗତ ବର୍ଷ ଉପନିର୍ବାଚନ ହୋଇଥିଲା । ଉପ ନିର୍ବାଚନରେ ଚଳିତ ଥରର ପ୍ରାର୍ଥୀ ଅବନୀ ରଂଜନ ଯୋଶୀଙ୍କୁ ବିଜେଡ଼ି ଦଳ ପ୍ରାର୍ଥୀ କରିଥିଲା । ଶ୍ରୀ ଯୋଶୀ ବିପୁଳ ସଂଖ୍ୟାରେ ବିଜୟ ହୋଇ ସାରା ଓଡ଼ିଶାରେ ଚାମ୍ପିଅନ ହୋଇଥିଲେ । ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ମଧ୍ୟ ପୁଣି ଥରେ ଜୋନ୍ ନଂ-୨ରେ ଅବନୀ ରଞ୍ଜନ ଯୋଶୀଙ୍କୁ ଦଳ ପ୍ରାର୍ଥୀ କରିଛି ।

Leave A Reply

Your email address will not be published.