ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ସାଂଗଠାନିକ ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଳକ ବିଜେଡି କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ କରିଛନ୍ତି । ସେ ଏବେଠାରୁ ଲୋକମାନଙ୍କୁ ନବୀନ ସରକାରଙ୍କ ଜନହିତକର କାର୍ଯ୍ୟକୁ ପହଞ୍ଚାଇବାକୁ ସମସ୍ତେ ଯତ୍ନବାନ ହେବା ଏବଂ ଅଧିକ ବିଜେଡି ଦଳର ପ୍ରାର୍ଥୀଙ୍କୁ ଭୋଟର ସମର୍ଥନ କିପରି ରହିବ ସେ ନେଇ ଆଲୋଚନା କରାଯାଇଥିଲେ । ବାଘମୁଣ୍ଡ, ବେନ୍ଦେର, ଲାଠୋର ପଞ୍ଚାୟତର ଦଳୀୟ କର୍ମୀ, ସକ୍ରିୟ କର୍ମକର୍ତ୍ତାମାନେ ଯୋଗଦେଇ ଥିଲେ । ବିଧାୟକ ପ୍ରତିନିଧି ପଞ୍ଚୁଦେବ ସାହୁ ସଭାପରିଚଳନା କରିଥିଲେ ।

Leave A Reply

Your email address will not be published.