ls

ବିଜେଡିର ସାଉରିଆ ପଞ୍ଚାୟତ କର୍ମୀ ସମ୍ମିଳନୀ

2020

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା ପରେ ଏହି ନିର୍ବାଚନ ମଣ୍ଡଳୀରେ ସବୁ ରାଜନୈତିକ ଉଷ୍ମତା ଦେଖାଦେଇଛି । ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥିକୁ ବିପୁଳ ସଂଖ୍ୟାରେ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ଦଳ ପକ୍ଷରୁ ପ୍ରୟାସ ଜାରୀ ରଖାଯାଇଛି । ବିଧିବଧ ଭାବେ ୨୦ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିବା ବେଳେ ସବୁ ଦଳ ପକ୍ଷରୁ ସାଂଗଠାନିକ ଓ କାର୍ୟ୍ୟକାରିଣୀ ବୈଠକ ମାଧ୍ୟମରେ ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏହି ପରିପେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ସାଉରିଆ ଗ୍ରାମ ପଂଚାୟତ ସ୍ତରୀୟ ବୈଠକ ଘୋରଡିଆ, ବାରବାଟି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସତ୍ୟବାଦୀ ବିଧାୟକ ତଥା ପିପିଲ-ଡେଲାଙ୍ଗ ଉପନିର୍ବାଚନ ସଂଯେ।।ଜକ ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆହୁତ ଏହି କର୍ମୀ ସମ୍ମିଳନୀରେ ଶତାଧିକ ବିଜେଡି ଆଗ ଧାଡିର ଛାମୁଆକର୍ମୀ ଯୋଗ ଦେଇ ଆଗାମୀ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଶପଥ ନେଇଥିଲେ । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ବିଜେଡି ପ୍ରାର୍ଥୀ ଜୁନିୟର ମହାରଥୀଙ୍କୁ ନିର୍ବାଚିତ କରିବାକୁ ବିଧାୟକ ଶ୍ରୀ ସାମନ୍ତରାୟ ଉପସ୍ଥିତ କର୍ମୀଙ୍କୁ ନିବେଦନ କରିଥିଲେ । ବିଜେଡି ସରକାରର କଲ୍ୟାଣକାରୀ ଯୋଜନା ସର୍ମ୍ପକରେ ଶ୍ରୀ ସାମନ୍ତରାୟ ଆଲୋକପାତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମ ରାଜ୍ୟ ସଶକ୍ତ ଓ ସମୃଦ୍ଧ ହୋଇପାରିଛି ବୋଲି କହିଥିଲେ । ସାଉରିଆ ପଚାଂୟତର ୧୧ ୱାର୍ଡର ଶତାଧିକ କର୍ମୀ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ କଂଗ୍ରେସ କର୍ମୀ ବଂଶୀଧର ଧାଉଡିଆଙ୍କୁ ବିଧାୟକ ଶ୍ରୀ ସାମନ୍ତରାୟ ଦଳୀୟ ଉତରୀ ଓ ଟୋପି ପିନ୍ଧାଇ ବିଜେଡିରେ ସାମିଲ କରିଥିଲେ । ଏହି ସମ୍ମିଳନୀରେ ନିର୍ବାଚନ ପର୍ୟ୍ୟବେକ୍ଷକ ମାନସ ମଲ୍ଲିକ ଓ ସୁଶାନ୍ତ ନାୟକ ସମେତ ବିଜେଡି ଯୁବନେତା ଚିତ୍ରସେନ ନିଶଙ୍କ, ସମିତିସଭ୍ୟ ଦୁଷ୍ମନ୍ତ ପାଟ୍ଟଶାଣୀ, ନୂତନ ପଟ୍ଟନାୟକ, ସାକିର ଖାଁ, ଲକ୍ଷ୍ମୀଧର ରାଉତରାୟ, ମିର ସଲିମ, ଯୁଧିଷ୍ଟିର ମାର୍ଥା, ଅଜୟ ମାର୍ଥା, ମହନ୍ତ ନିଶଙ୍କ, ବେଣୁଧର ଦଳେଇ, ଓକିଲ ଜେନା, କବିରାଜ ପରିଡା, ବଳରାମ ଭୁଜବଳ, ସତ୍ୟଶ୍ୱର ଧାଉଡିଆ, ଯୁଧିଷ୍ଠିର ସାମନ୍ତରାୟ, ଅଭିମନ୍ୟୁ ବଳିୟ।ର ସିଂହ ଓ ପ୍ରତାପ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.