ବୁର୍ଡ।ରେ ବିଜେଡିର ସମ୍ବର୍ଦ୍ଧନା ଉତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଳକ ବୁର୍ଡ। ଡାକ ବଙ୍ଗଳା ଠାରେ ବିଜୁ ଯୁବ ଜନତା ଦଳର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ବ୍ଲକ ସଭାପତି ପ୍ରକାଶ ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଲୋଇସିଂହା ପର୍ଯ୍ୟବେକ୍ଷକ ବିମଲ ମେହେର, ବିଜୁ ଯୁବ ଜନତା ଦଳର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଜିଲ୍ଲା ଉପସଭାପତି ନିତେଶ ଅଗ୍ରୱାଲ, ବ୍ଲକ ମହିଳା ସଭାପତି ଜ୍ୟୋତ୍ସ୍ନାମୟୀ ନାଗ, ସୋସିଆଲ ମିଡ଼ିଆ ସଂଯୋଜକ ବିଭୁତି ଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡିର ବରିଷ୍ଠ ସଦସ୍ୟ ସହଦେବ ସା, ଛାତ୍ର ଜନତା ଦଳ ଜିଲ୍ଲା ସମ୍ପାଦକ ଫିରୋଜ ସାଥୁଆ, ଅଂଶୁମାନ ଗୁରୁ, ଅଜିତ ବେହେରା, ଅଜୟ ବେହେରା, ଜଗତପତି ଦାନୀ, ସୁରେନ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସରୋଜ ମହାକୁର ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.