ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଛେଣ୍ଡ କଲୋନୀ ଦେବବିହାର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ତଥା ଶ୍ରୀଜଗନ୍ନାଥ ରଥଯାତ୍ରାର ରାଜାହୋଇ ଛେରା ପହଁରା କରୁଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତ ଦାମୋଦର ମହାପାତ୍ରଙ୍କ ୯୭ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । ଭୁବନେଶ୍ଵର ବାସଭବନରେ ଆଜି ସକାଳ ୯ଟା ୨୫ ମିନିଟ ସମୟରେ ଦେହାନ୍ତ ହୋଇଛି । ଦାମୋଦର ମହାପାତ୍ରଙ୍କ ଦେହାନ୍ତ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି ଭୁବନେଶ୍ଵର ବାସଭବନରେ ପହଞ୍ଚି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଦେହାନ୍ତ ସମୟରେ ବଡ ପୁଅ ଅକ୍ଷୟ ମହାପାତ୍ର, ସାନ ପୁଅ ଅଭୟ ମହାପାତ୍ର, ପୁତ୍ରବଧୂ ସଂଯୁକ୍ତା ମହାପାତ୍ର, ଜୁଲିବାଳା ମହାପାତ୍ର, ଝିଅ ଶୈଳବାଳା ମହାପାତ୍ର, ନାତି ଅଭିଜିତ ମହାପାତ୍ର, ଅନିମେଷ ମହାପାତ୍ର, ଅଭିଷେକ ମହାପାତ୍ର, ନାତୁଣି ବୋହୁ ଚିତ୍ରାଙ୍ଗନା ମହାପାତ୍ର, ପୁତୁରା ପ୍ରଶାନ୍ତ ମହାପାତ୍ର, ନବ ମହାପାତ୍ର, ଅମୀୟ ମହାପାତ୍ର ଉପସ୍ଥିତ ଥିଲେ । କୁନ ବିହାରୀ ଦାସ, କାବୁଲି, ପ୍ରମୋଦ ରଣା, ବାବୁନା ଷଡ଼ଙ୍ଗୀ, ନିରାକାର ଲେଙ୍କା, ବିନୟ ପଟ୍ଟନାୟକ, ମୁନା ସାମଲ, ବାପି, ସଂଗ୍ରାମ ସାମନ୍ତରାୟ, ବିଶ୍ଵନାଥ ଦାସ, ପ୍ରଣୟ ନାୟକଙ୍କ ସହ ବହୁ ପରିବାର ସଦସ୍ୟ ଓ ସମ୍ପର୍କୀୟ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ଆଜି ରାତିରେ ଦାହ ସଂସ୍କାର କରାଯାଇଛି । ସ୍ୱର୍ଗତ ଦାମୋଦର ମହାପାତ୍ର ଛେଣ୍ଡ ସ୍ଥିତ ଦେବବିହାର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ସହିତ ସମାଜସେବା, ଧାର୍ମିକ ଓ ପରୋପକାରୀ ବ୍ୟକ୍ତି ଭାବେ ରାଉରକେଲା ସହରରେ ବେଶ ପରିଚିତ ଥିଲେ । ତାଙ୍କର ବିୟୋଗରେ ରାଉରକେଲା ସହରର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.