ସାମ୍ବାଦିକଙ୍କ ପିତୃ ବିୟୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ସମାଜ ପ୍ରତିନିଧି ତଥା ଉତ୍କଳ ସାମ୍ବାଦିକ ସଂଘ ଓ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ଡାକ୍ତର ପୁଟେଲଙ୍କ ବାପା ମହାଜନ ପୁଟେଲଙ୍କ ୯୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ବର୍ଗତ ମହାଜନ ପୁଟେଲ ୧୯୭୦ରୁ ୧୯୭୫ ମସିହା ପର୍ଯ୍ୟନ୍ତ ରିନବଚନ ସରକାରୀ ବିଦ୍ୟାଳୟରେ ଓ ୧୯୮୦ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ବାଗଝୋଲା ସରକାରୀ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ । ସେ ଜଣେ ଧର୍ମପରାୟଣ ତଥା ପରୋପକାରୀ ବ୍ୟକ୍ତି ସହିତ ଅଞ୍ଚଳର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ମୃତ୍ୟୁ ସମୟରେ ଜୈଷ୍ଠ ପୁତ୍ର ମହାଦେବ, ମଧ୍ୟମ ପୁତ୍ର ଡାକ୍ତର , ସାନପୁଅ ସୁବାଷ, ପୁତ୍ରବଧୂ ଧରିତ୍ରୀ, ବିଷ୍ଣୁପ୍ରିୟା, ବିଜୟଲକ୍ଷ୍ମୀ, ନାତି ଧରଣିଧର, ଟିକେଶ୍ବର, ବୈଷ୍ପବ, ମୋହନ, ନାତୁଣି ଜ୍ୟୋତିର୍ମୟୀ, ସୃତିରାଣୀ, ଝିଅ ଜ୍ବାଇଁ ଉପସ୍ଥିତ ଥିଲେ । ସ୍ଥାନୀୟ ଅଂଚଳର ଅନେକ ଲୋକ ତାଙ୍କ ଶେଷ ଦର୍ଶନ କରିଥିବା ବେଳେ ଜୈଷ୍ଠପୁତ୍ର ମହାଦେବ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.