ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପତ୍ନୀ ବିୟୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗାଁର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମପତି ଗହୀରଙ୍କ ଧର୍ମପତ୍ନୀ ସ୍ୱର୍ଗତା ତେଜସ୍ୱିନୀ ଗହୀରଙ୍କ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗତ ୨୩ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହେଉଥିଲା । ତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବଡ଼ ମେଡିକାଲକୁ ନେଇଥିଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ସେ ଜଣେ ଧର୍ମପରାୟଣ ଓ ମେଳାପୀ ମହିଳା ଥିଲେ । ତାଙ୍କ ମର ଶରୀର ଗୁରୁବାର ଦିନ ନିଜ ଘୁନସର ଗାଁକୁ ପହଂଚିବା ପରେ ନୂଆଁମୁଣ୍ଡା ବନ୍ଦଠାରେ ଶବ ସଂତ୍କାର କରାଯାଇଥିଲା । ଗୋଳାବାରୁଦ କାରଖାନାରେ ଚାକିରି କରୁଥିବା ବଡ଼ ପୁଅ ସତ୍ୟବାନ ଗହୀର ମୁଖାଗ୍ନି ଦେଇଥିଲେ । ଏହି ସମୟରେ ମଝିଆ ପୁଅ ନାରାୟଣ, ସାନ ପୁଅ ପୁରୋଷତ୍ତମ, ବଡ଼ ଝିଅ ନିରୁପମା, ଅନୁପମା, ମାନିନୀ ସହ ଝିଅ ଜ୍ୱାଇଁ, ବନ୍ଧୁବାନ୍ଧବ ଓ ପରିବାର ଲୋକମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଘୁନସର ତଥା ଆଖପାଖ ଅଞ୍ଚଳରେ ଶୋକଛାୟା ଖେଳିଯାଇଛି ।

Leave A Reply

Your email address will not be published.