ସିକୁଆଁ ସରପଞ୍ଚଙ୍କ ଜେଜେ ମା’ଙ୍କ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସିକୁଆଁ ଗାଁର ମହିଳା ବେଟିଖାଇ ଭୋଇ (୯୨)ଙ୍କ ଗୁରୁବାର ଦିନ ପ୍ରାୟ ୨ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ସମୟରେ ୨ପୁଅ ଯୁଗଳ କିଶୋର, ବିଭୂତି, ନାତି ତଥା ସ୍ଥାନୀୟ ସିକୁଆଁ ସରପଞ୍ଚ ରାଜକୁମାରଙ୍କ ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ସୋନଗଡ ନଦୀରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ପୁଅ ଯୁଗଳ କିଶୋର ମୁଖାଗ୍ନି ଦେଇଥିଲେ । ତାଙ୍କ ଶେଷକୃତ୍ୟ ସମ୍ପନ୍ନ ସମୟରେ ପରିବାର ସମସ୍ତ ସଦସ୍ୟଙ୍କ ସହ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!