ହୃଦ୍‌ଘାତରେ ପୂର୍ବତନ ଛାତ୍ର ସଂସଦ ସଭାପତିଙ୍କ ଅକାଳ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ବିଶିଷ୍ଟ ସାମାଜିକ କର୍ମୀ ଅଜୟ ବିଶ୍ୱାଳଙ୍କ ହୃଦ୍‌ଘାତରେ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ସେ ହେଉଛନ୍ତି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ବିଜୟ ବିଶ୍ୱାଳଙ୍କ ଭାଇ ଓ ତାଙ୍କ ଘର ସୁବଳୟା ଗ୍ରାମରେ । ସେ ହଠାତ୍‌ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରିଥିଲେ । ଆବଶ୍ୟକ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତଦେହ ଗ୍ରାମରେ ପହଂଚିବା ପରେ ସେଠାରେ ଶୋକର ଛାୟା ଖେଳି ଯାଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ବିଶ୍ୱାଳଙ୍କ ଶେଷ ଦର୍ଶନ କରିଥିଲେ । ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସତ୍କାର ସମ୍ପନ୍ନ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.