jayashree

ଶ୍ରମିକ ନେତାଙ୍କ ମାତୃ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ଶ୍ରମିକ ନେତା ତଥା ସମାଜସେବୀ ନିରଞ୍ଜନ ସାମଲଙ୍କ ମାତୃ ବିୟୋଗ ହୋଇଯାଇଛି । ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ସକାଳ ୭ଘଟିକା ସମୟରେ ସେକ୍ଟର -୨୦ ସ୍ଥିତ ଆର୍‌ଏସ୍‌ପି ବାସଗୃହରେ ଶ୍ରୀ ସାମଲଙ୍କ ମାତା ଉଜ୍ଜୟିନୀ ସାମଲ ୯୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀର ଖଡିଅଙ୍ଗଠାରେ ଜନ୍ମଗ୍ରହଣ କରିଥିବା ଉଜ୍ଜୟିନୀ ନିଜର ଏକମାତ୍ର ପୁତ୍ର ନିରଞ୍ଜନଙ୍କ ସହିତ ଦୀର୍ଘ ପ୍ରାୟ ୩ ଦଶନ୍ଧି ଧରି ରାଉରକେଲାରେ ରହୁଥିଲେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଦୀର୍ଘ ପ୍ରାୟ ୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ସେ ଶଯ୍ୟାଶାୟୀ ଥିଲେ । ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ପୁତ୍ର, ପୁତ୍ରବଧୂ, ନାତୁଣୀ ଓ ଉଜ୍ଜୟିନୀଙ୍କ ସାନ ଭଉଣୀ ଉପସ୍ଥିତ ଥିଲେ । ଶେଷରେ ବେଦବ୍ୟାସ ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଏବଂ ପୁତ୍ର ନିରଂଜନ ମୁଖାଗ୍ନି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସାରଦା ପ୍ରସାଦ ନାୟକ, ଅରୁଣ କୁମାର ପ୍ରଧାନ, ପ୍ରତାପ କୁମାର ସ୍ବାଇଁ, ଆନନ୍ଦ ମହାନ୍ତି, ଅବିନାଶ ଖଟୁଆ, ପ୍ରଶାନ୍ତ ସେଠୀ, ପ୍ରଫୁଲ୍ଲ ସୁନ୍ୟାନୀ, ଆର୍ତ୍ତ ମହାରଣା, ହରିହର ରାଉତରାୟ, ବୈଦ୍ୟନାଥ ଦାସ, ଅକ୍ଷୟ କୁମାର ନାୟକ, ଶଶଧର ନାୟକ, ଚିତ୍ତ ଜେନା, ପ୍ରବୀର୍ ମାଝି, ଦେବବ୍ରତ ପଟ୍ଟନାୟକ, ସୁବ୍ରତ କୁମାର ଚୌଧୁରୀଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ୱର୍ଗତା ସାମଲ ଜଣେ ଅମାୟିକ ଓ ଧର୍ମ ପରାୟଣ ମହିଳା ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.