om academy

ଖବର କାଗଜ ବିତରକଙ୍କ ପିତୃ ବିୟୋଗ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଖବର କାଗଜ ବିତରକ ଆକାଶ ଶିକାଙ୍କ ପିତା କାର୍ତ୍ତିକ ଶିକା(୫୫)ଙ୍କ ଗତ ଶୁକ୍ରାବାର ରାତି ୧୨ଟା ସମୟରେ କୁତୁର୍ଲା ପଞ୍ଚାୟତ ସାରସବାହାଲ ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । କିଛି ଦିନ ହେଲା ଶ୍ରୀ ଶିକାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା । ସେ ଜଣେ ପରୋପକାରୀ ବ୍ୟକ୍ତି ଭାବେ ବେଶ୍ ଜଣାଶୁଣା ଥିଲେ । ତାଙ୍କ ଏକମାତ୍ର ପୁଅ ଆକାଶ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଲି ଯାଇଛି । ଗାଁ ମଶାଣିରେ ଶେଷକୃତ୍ୟ କରାଯାଇଥିଲା । ପୁଅ ଆକାଶ ମୁଖାଗ୍ନି ଦେଇଥିଲେ । ଶେଷ ସମୟରେ ପରିବାର ଲୋକ, ବନ୍ଧୁବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.