ମହିଳା ଡିଗ୍ରୀ ମହାବିଦ୍ୟାଳୟ କର୍ମଚାରୀଙ୍କ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହା ବିଦ୍ୟାଳୟର କର୍ମଚାରୀ ବିଲାସିନୀ ବାରିକଙ୍କ ଅକାଳ ବିୟୋଗ ହୋଇଥିବା ଖବର ମିଳିଛି । ମୃତ୍ୟୁ ସମୟରେ ତାଙ୍କୁ ୩୩ ବର୍ଷ ବୟସ ହୋଇଥିଲା । ସେ ଏହି କଲେଜରେ ଚତୁର୍ଥ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ସେ ମିଷ୍ଟଭାଷୀ ତଥା ଲୋକପ୍ରିୟ ଥିଲେ । ସେ ଯୁବ ସାମ୍ବାଦିକ ତଥା ସମାଜ ସେବୀ ଯୁଧିଷ୍ଠିର ବାରିକଙ୍କ ଧର୍ମପତ୍ନୀ ଅଟନ୍ତି । ସେ ତାଙ୍କର ସ୍ବାମୀ ଯୁଧିଷ୍ଠିର ବାରିକ, ଦୁଇ ପୁଅ ଓସିକାନ, ଓଞ୍ଜାସ, ଶ୍ଵଶୁର କୁଳମଣି, ଶାଶୁ ଉମାଙ୍କୁ ଛାଡି ଚାଲିଯାଇଛନ୍ତି । ବଡ଼ ପୁଅ ଓସିକାନ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.