shyamal

ସାମ୍ବାଦିକ ନାସିର ଖାଁଙ୍କ ଭାତୃ ବିୟୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରିଷ୍ଠ ସାମ୍ବାଦିକ ତଥା ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ନାସିର ଖାଁଙ୍କ କନିଷ୍ଠ ଭାତୃ ଶରିଫ ଖାଁ (ବୁଠି)ଙ୍କ ୪୧ ବର୍ଷ ବୟସରେ ନିଧନ ହୋଇଯାଇଛି । ସେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଚିପାଲି ଗ୍ରାମର ମୂଳ ବାସିନ୍ଦା ହୋଇଥିବା ବେଳେ ବରଗଡ଼ ୱାର୍ଡ଼ ନଂ ୧୧ ନୂଆପଡ଼ା ପ୍ରାଇଭେଟ ବସ ଷ୍ଟାଣ୍ଡ ପଛପଟରେ ବଡ଼ ଭାଇ ନାସିର ଖାଁଙ୍କ ସହ ରହି ଆସୁଥିଲେ । ବିଗତ ୧୫ ଦିନଠାରୁ ତାଙ୍କ ଦେହ ଅସୁସ୍ତ ଥିବା ବେଳେ ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଥିଲେ । ଆଜି ଶୁକ୍ରବାର ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଶରିଫ ଜଣେ ପରୋପକାରୀ, ସମାଜସେବୀ, ସହଯୋଗୀ ମନୋବୃତ୍ତିର ସରଳ ବ୍ୟକ୍ତି ଥିଲେ । ତାଙ୍କ ବିଯୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ତାଙ୍କ ପଛରେ ନିଜ ସହଧର୍ମିଣୀ ଏବଂ ଦୁଇ ଗୋଟି ସନ୍ତାନ ଛାଡ଼ି ଯାଇଛନ୍ତି । ଆଜି ସଂଧ୍ୟା ସମୟରେ ବରଗଡ଼ କବ୍ରିସ୍ଥାନଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ସାମ୍ବାଦିକ ନାସିର ଖାଁ ସୂଚନା ଦେଇଛନ୍ତି ।

purusottam
Leave A Reply

Your email address will not be published.