ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ଼ ବ୍ଲକ ବରପିଟା ଗ୍ରାମର ଯୁବ କୋଶଲି କବି କ୍ଷୀରୋଦ କୁମାର ସାହୁଙ୍କ ପିତା ସୀତାରାମ ସାହୁଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୭୦ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ସାହୁ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଦୀର୍ଘଦିନ ଧରି ସମିତି ସମ୍ପାଦକ ତଥା କ୍ଷେତ୍ର ପରିଦର୍ଶକ ଭାରେ କାର୍ଯ୍ୟ କରି ଗତ ୨୦୧୮ ମସିହାରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ଧର୍ମପରାୟଣା ତଥା ସମାଜସେବୀ ଏବଂ ଉଚ୍ଚକୋଟିର କଳାକାର ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାର ତଥା ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କର ଜ୍ୟେଷ୍ଠ ପୁତ୍ର କୋଶଲି କବି କ୍ଷୀରୋଦ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Next Post