
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡୁଙ୍ଗୁରିପାଲି ନିବାସୀ ତଥା ଜଗଦଲପୁର ହାଇସ୍କୁଲର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପୂର୍ଣ୍ଣାନନ୍ଦ ଭୋଇଙ୍କ ଧର୍ମପତ୍ନୀ ଓ ଅତିରିକ୍ତ ଜିଲ୍ଲାପାଳ ବେଦଭୂଷଣ ଭୋଇଙ୍କ ମାତା କୁଞ୍ଜଲତା ଭୋଇଙ୍କ ଶୁକ୍ରବାର ଦିନ ସକାଳ ୭ ଘଣ୍ଟା ସମୟରେ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହେଉଥିଲା । ସେ ଅସୁସ୍ଥ ହେତୁ ଏକମାସ ଧରି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ଶ୍ରୀମତୀ ଭୋଇ ଜଣେ ଶାନ୍ତ ସରଳ ଦୃରଦୃଷ୍ଟି ସମ୍ପନ୍ନା ମହିଳା ଥିଲେ । ତାଙ୍କ ନେତୃତ୍ୱରେ ଅଞ୍ଚଳର ମହିଳା ମିଶନ କାର୍ଯ୍ୟକରୁଥିଲା । ତାଙ୍କ ପଛରେ ପୁଅ ଭାରତ ଭୂଷଣ ଭୋଇ, ଝିଅ ମିନାକ୍ଷୀ ଭୋଇ, ତନ୍ମୟୀ ଭୋଇଙ୍କ ସମେତ ଭୋଇ ପରିବାରବର୍ଗ, ବନ୍ଧୁବାନ୍ଧବକୁ ଛାଡି ଚାଲିଯାଇଛନ୍ତି । ତାଙ୍କର ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମରଶରୀର ଗାଁକୁ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ ପୁଅ ବେଦଭୂଷଣ ଭୋଇ ମୁଖାଗ୍ନି ଦେଇଥିଲେ ।