ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ଷଷ୍ଠ ତମ ବାର୍ଷିକୀ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରବିବାର ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ, ଷଷ୍ଠ ତମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୂର୍ଯ୍ୟ ପ୍ରକାଶ ସେଠୀ ଯୋଗଦେଇ ଥିବାରୁ କେନ୍ଦ୍ରକୁ ଶୋଭା ବର୍ଦ୍ଧନ ଦ୍ୱିଗୁଣିତ କରିଥିଲା । ଯୋଗ କେନ୍ଦ୍ରର ମୁଖ୍ୟ ପୁରୋଧା ବିରଞ୍ଚି ଗହୀର, ଅତିଥି ମାନଙ୍କ ମହାନ ସାମାଜିକ ଅବଦାନ ଗୁଣାବଳି ମାନ ପ୍ରକାଶ କରି କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ସେଠୀ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରି ଉତ୍ସାହ ପ୍ରଦାନ କରିଥିଲେ । ଯୋଗ କେନ୍ଦ୍ରର ସଭାପତି ଆନନ୍ଦ ଚନ୍ଦ୍ର ବେହେରା, ସମ୍ପାଦକ ଲକ୍ଷ୍ମଣ ମିଶ୍ର, କୋଷାଧ୍ୟକ୍ଷ କାମେଶ୍ୱର ମହାଲିକଙ୍କ ଦ୍ଵାରା ଅନ୍ୟ ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା । ଏହି ଷଷ୍ଠ ତମ ବାର୍ଷିକୀ ଉତ୍ସବରେ ଅନ୍ୟମାନଙ୍କ ପ୍ରତିଭାକୁ ସହଦେବ ଧରୁଆ ବିବରଣୀ ପଠନ କରିଥିଲେ । ଯୋଗ ସଂପର୍କିତ ସମସ୍ତ ବିଷୟ ବସ୍ତୁ ଉପରେ ଅନେକ ଗୁଡ଼ିଏ ତାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ସମସ୍ତ ଯୋଗୀ ପ୍ରେମୀ ଭକ୍ତ ବୃନ୍ଦ କିପରି ଏହି ମହାନ୍ ସାମାଜିକ ଅନୁଷ୍ଠାନକୁ ଗଢି ତୋଳିଛନ୍ତି । ସେ ଉପରେ ଅନେକ ଗୁଡ଼ିଏ ସଫଳତା ଶ୍ରେୟକୁ ଲୋକଙ୍କ ଆଦର ସମ୍ମାନ ଭଳ ପାଇବା, ସମସ୍ତଙ୍କ ଆଗରେ ପ୍ରକାଶ କରିଥଲେ । ସମସ୍ତ ଯୋଗୀ ପ୍ରେମୀମାନଙ୍କ ଗୋଟିଏ ନାରା କର ଯୋଗ ରହ ନୀରୋଗ । ବର୍ତ୍ତମାନ ଯୁଗରେ କେବଳ ସୁସ୍ଥ ରହିବାର ଗୋଟିଏ ଅତି ସୁନ୍ଦର ମାଧ୍ୟମ, ଯାହାକି ଯୋଗା ପ୍ରାଣାୟମ କରି ନିଜକୁ ସୁସ୍ଥ ରହିବାର ଏକ ବଳିଷ୍ଠ ପ୍ରୟାସ । ଏହି ସଂକଳ୍ପ ଭାବନା ନେଇ ଆଗକୁ ଏକ ସ୍ୱତନ୍ତ୍ର ସୁନ୍ଦର ସୁସ୍ଥ ସମାଜ ଗଠନ କରିବା ଦୁର୍ବାର ପ୍ରଚେଷ୍ଟା ଉଦ୍ୟମ ଜାରିରଖିଛି । ଏହି ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ଏହି ଉତ୍ସବ ପାଳନକୁ ଅତି ଶୋଭାବର୍ଦ୍ଧନ ମନ ମୁଗ୍ଧକର କରି ଗଢିବାରେ । ଯେଉଁମାନଙ୍କ ଅବଦାନ ଅତୁଳନୀୟ ସେମାନେ ହେଲେ ହ୍ୟାମୁଦ ମହମ୍ମଦ, ସୂର୍ଚନ ପଟେଲ, ଡକ୍ଟର ପ୍ରକାଶ ଚନ୍ଦ୍ରବାର ଦାସ, ଆସିତାରମ ଦାସ ଓ ଆନନ୍ଦ ଚନ୍ଦ୍ର ବେହେରା ତଥା ସମ୍ପାଦକ ଲକ୍ଷ୍ମଣ ମିଶ୍ର ଓ କୋଷାଧ୍ୟକ୍ଷ କାମେସ୍ୱର୍ ମହାଳିକଙ୍କ ପ୍ରଯତ୍ନରେ ମହାଆଡ଼ମ୍ବରରେ ପୂର୍ଣ୍ଣ ଭାବେ ଉତ୍ସବ ଅନୁଷ୍ଠିତ ହୋଇଥିଲ । ଏଥିରେ ସହଭାଗିତାରେ ଯୋଗୀ ପ୍ରେମୀମାନେ ହେଲେ ଚୁନେଶ୍ୱରୀ ଗହୀର, ଦମୟନ୍ତୀ ପ୍ରଧାନ ମାନିନୀ, ରୋଜିନା ବେଗମ, ସେଦେଷ୍ଣା ରାଉତ, ମଞ୍ଜୁ ହୋତା, ସ୍ୱାଗତିକା ବାରାଡ, ଜାହ୍ନବୀ ବେଜ୍ଜ ଓ ସଙ୍ଗୀତ ପଟେଲ, ବାସନ୍ତୀ ମେହେର ଓ ନୃତ୍ୟଶିଳ୍ପୀ ଗୁରୁ ଅନନ୍ୟା ରାଣୀ ଭୋଇ, ମମତା ମିଶ୍ର ଆଦି ସଭ୍ୟାମାନଙ୍କ ପୂର୍ଣ୍ଣ ସହଯୋଗରେ ଷଷ୍ଠ ତମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶେଷରେ ହରିବୋଲ ହୁଳହୁଳି ଶବ୍ଦ ଶହ ଭାରତ ମାତା କି ଜୟ ନାରେ ଗୃହଟି ମୁଖରିତ ହୋଇ, ସମସ୍ତଙ୍କୁ ବିରଞ୍ଚି ଗହୀର ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଉତ୍ସବକୁ ସମାପନ ଘୋଷଣା କରିଥିଲେ ।

Leave A Reply

Your email address will not be published.