ommm
jittmm

ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରି କ୍ଲବ ଅଫ ରାଉରକେଲା ଆନୁକୂଲ୍ୟରେ ପ୍ରଧାନପଲୀ ସ୍ଥିତ ବାଳସୁଧାର ଗୃହରେ ଅନ୍ତେବାସୀମାନଙ୍କ ପାଇଁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାମଚନ୍ଦ୍ର ମେହେର, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରାଧାନାଥ ଶତପଥି ଓ ଇଏନଟି ବିଶେଷଜ୍ଞ ଡାକ୍ତର ଭାଗିରଥି ଯୋଶୀ ଯୋଗଦାନ କରି ଅନ୍ତେବାସୀମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ଆବଶ୍ୟକୀୟ ଔଷଧ ପ୍ରଦାନ କରିଥିଲେ । ସର୍ବମୋଟ ୩୦ ଜଣ ଅନ୍ତେବାସୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କ୍ଲବର ସଭାପତି ରୋଟାରୀଆନ କଳ୍ପନା ଶତପଥି ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ ଜଣ ରୋଟାରିଆନ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କ ପାଇଁ ଦହି ସର୍ବତର ବ୍ୟବସ୍ଥା କରାଯାଇଥିଲା ।
କାର୍ଯ୍ୟକ୍ରମ ପରେ ରୋଟାରି ସଦସ୍ୟମାନଙ୍କୁ ସଭାପତି ମାଧ୍ୟାନ୍ନ ଭୋଜନରେ ପଖାଳରେ ଆପ୍ୟାୟିତ କରିଥିଲେ ।

Leave A Reply

Your email address will not be published.