om academy

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଖବର ଲିଖନ ପ୍ରଶିକ୍ଷଣ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱହିନ୍ଦୁ ପରିଷଦ (ପଶ୍ଚିମ)ର ବଲାଙ୍ଗିର ଶାଖାର ପ୍ରଚାର ବିଭାଗ ପକ୍ଷରୁ ଖବର ଲିଖନ ପ୍ରଶିକ୍ଷଣ କର୍ମଶାଲା ହୋଇଯାଇଛି । ଏହି କର୍ମଶାଲାରେ ଯୁକ୍ତଦୁଇ, ତିନି ଓ ଅନ୍ୟମାନଙ୍କ ସହ ସମୁଦାୟ ୧୫ଜଣ ସହଭାଗୀ ଅଂଶଗ୍ରହଣ କରିଥିଲେ । କର୍ମଶାଳାରେ ପ୍ରଶିକ୍ଷକ ଭାବେ ‘ପ୍ରମେୟ’ କେବିକେ ଓ ଅନୁଗୁଳ ସଂସ୍କରଣ ମୁଖ୍ୟ ଅଖିଳ ଚନ୍ଦ୍ର ହୋତା ଉପସ୍ଥିତରହି ସହଭାଗିମାନଙ୍କୁ ପତ୍ରକାର ମାନଙ୍କ ଗୁଣ, କାର୍ଯ୍ୟ, ପତ୍ରକାରିତା କିପରି କରାଯାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ । କର୍ମଶାଲାରେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଗୋବିନ୍ଦ ମିଶ୍ର, ଜିଲ୍ଲା ସମ୍ପାଦକ ପ୍ରହଲ୍ଲାଦ ସାହୁ , ପ୍ରାନ୍ତପ୍ରଚାର ପ୍ରମୁଖ ପବିତ୍ର ଦାଶ, ବଜରଙ୍ଗ ଦଳର ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁ୍‌ଖ ସୌମ୍ୟରଞ୍ଜନ ମିଶ୍ର ଉପସ୍ଥିତଥିଲେ । କର୍ମଶାଳାକୁ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ନଗର କାର୍ଯ୍ୟବାହ ପ୍ରକାଶ ତରିଆ ଓ ଆରଏସଏସ ବଲାଙ୍ଗିର ନଗର ଶାରିରୀକ ପ୍ରମୁଖ ସୌମ୍ୟରଞ୍ଜନ ମିଶ୍ର, ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.