ଅନ୍ଧ ମହିଳା କ୍ରିକେଟ୍‌ ବିଶ୍ୱକପରେ ଭାରତ ବିଶ୍ୱବିଜୟୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଚଳିତ ବର୍ଷ ଅନ୍ଧ ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୫ ରେ ଭାରତ ବିଶ୍ୱବିଜୟୀ ହୋଇଛି । ବିଶ୍ୱବିଜୟୀ ଭାରତୀୟ ଦଳରେ ମୟୂରଭଞ୍ଜରୁ ଯମୁନାରାଣୀ ଟୁଡୁ, ବାସନ୍ତୀ ହାଂସଦାଃ, ପାର୍ବତୀ ମାର୍ଣ୍ଡୀ ୩ ଜଣ ପ୍ରତିନିଧିତ୍ୱ କରି ଆମ ଜିଲ୍ଲା ତଥା ଦେଶ ପାଇଁ ଗର୍ବ ଓ ଗୌରବ ଆଣି ପାରିଛନ୍ତି । ଏହି ୩ ଜଣଙ୍କୁ ବାରିପଦା କ୍ରିକେଟ୍ ଏକାଡେମି ମୟୂରଭଞ୍ଜ ମାଟିକୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ବାରିପଦା କ୍ରିକେଟ୍ ଏକାଡେମିର ସଭାପତି ବିକ୍ରମ୍ କେଶରୀ ଜେନା ଓ ସମ୍ପାଦକ ଶୁସାନ୍ତ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସାଇବା ସିଂ, ସୁଜନ୍ ମହାନ୍ତି, ମିର୍ ଆକବର୍ ଅଲ୍ଲୀ, ନାଜିଆ ଦାସ୍ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.