ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଦିଗରେ ଓଡିଶା ମଡେଲ୍କୁ ବେଷ୍ଟ୍ ପ୍ରାକ୍ଟିସ୍ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତି ପ୍ରଦାନ କଲା
ଭୁବନେଶ୍ୱର, (କେପିଏନ୍ଏସ୍) : ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ପଦକ୍ଷେପ ଯୋଗୁଁ ୨୦୧୬ରୁ ୨୦୧୯ ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ପଜିଟିଭ ହାର ୯୦ ପ୍ରତିଶତ ହ୍ରାସ ପାଇବା ସହ ଏହି ସମୟରେ ମୃତ୍ୟୁ ସଂଖ୍ୟା ୭୭ରୁ ୯କୁ ହ୍ରାସ ପାଇଛି । ମ୍ୟାଲେରିଆ ନିରାକରଣରେ ଓଡିଶା ମଡେଲ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବେଷ୍ଟ୍ ପ୍ରାକ୍ଟିସ୍ ଭାବରେ ସ୍ୱୀକୃତି ପ୍ରଦାନ କରିଛି । ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟର ପ୍ରାୟ ୧୦ ହଜାର କଳାକାର ସଂଘକୁ ସାମିଲ କରାଯିବ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।