ମା’ ବରାହୀ ଖଣ୍ଡୁଆଳ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତ କଅଁଳପଡା ଗ୍ରାମର ଆରାଧ୍ୟ ଦେବୀ ମା’ ବରାହୀ ଖଣ୍ଡୁଆଳଙ୍କ ପୀଠରେ ସୋମବାର ଦିନ ଗୋଧୂଳି ଲଗ୍ନରେ ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଯାଇଛି । କଅଁଳପଡା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଧାର୍ମିକ କାର୍ଯ୍ୟରେ ଶ୍ରଦ୍ଧାଳୁମାନେ ଯୋଗଦେଇ ମା’ଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଥିରେ ଅଭିମନ୍ୟୁ ସାହୁ ଓ ତାଙ୍କ ଧର୍ମପତ୍ନୀ ଲିଲି ସାହୁ ଯଥାକ୍ରମେ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଗ୍ରାମର ୧୨ଜଣ ବ୍ରତୀ ସଙ୍କଳ୍ପ କରି ନିକଟସ୍ଥ ପଦନପଡା ପୁଷ୍କରିଣୀରୁ ଜଳଭରା କଳସ ଆଣି ଗ୍ରାମ ପରିକ୍ରମା କରିବା ପରେ ଯଥାବିଧି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ । ପୁରୋଧା ଭାବେ ପଣ୍ଡିତ ମଦନ ମୋହନ ମିଶ୍ର ଓ ସାଥିମାନେ ଯୋଗଦେଇ ଯଥାରୀତି ପୂଜା କାର୍ଯ୍ୟ ତୁଳାଇଥିଲେ । ଶୁକ୍ରବାର ଅଙ୍କୁରାରୋପଣ କାର୍ଯ୍ୟ ସମ୍ପନ୍ନ ହେବା ପରେ ଶନିବାର କଳସ ସ୍ଥାପନ, ଯଜ୍ଞାଧିବାସ, ଶାଳମଣ୍ଡନ, ସର୍ବଦେବାଦେବୀ ଆବାହନ ଓ ଅଗ୍ନିସ୍ଥାପନ କାର୍ଯ୍ୟ ସମ୍ପାଦନ ହୋଇଥିଲା । ସୋମବାର ଗୋଧୂଳି ଲଗ୍ନରେ ଯଜ୍ଞର ପୂର୍ଣ୍ଣିହୁତି କାର୍ଯ୍ୟ ସମ୍ପନ୍ନ ହୋଇଛି । ଯଜ୍ଞ ପରିଚାଳନା କାର୍ଯ୍ୟରେ କଅଁଳପଡା ଗ୍ରାମବାସୀମାନେ ସହଯୋଗ କରିଛନ୍ତି ।

Leave A Reply

Your email address will not be published.