oom

ରୁଗୁଡ଼ିଖାଲ ବିଶ୍ଵଶାନ୍ତି ମାନସ ଯଜ୍ଞ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରୁଗୁଡ଼ିଖାଲ ମାନସ ବିହାରଠାରେ ବିଶ୍ଵଶାନ୍ତି ନିମିତ୍ତ ସପ୍ତବିଂଶତମ ଶ୍ରୀରାମ ଚରିତ ମାନସ ଯଜ୍ଞ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମାନସ ଯଜ୍ଞ ପରିଚାଳନା କମିଟି ସଭାପତି ଯୁଧିଷ୍ଠିର ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଗଲପୁର ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାସ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ସିଆର୍‌ସିସି ଆମ୍ବୁଜ କୁମାର ହୋତା, ସାମ୍ବାଦିକ ବିମଳେନ୍ଦୁ ସାହୁ, ସୁଶାନ୍ତ ବାରିକ, ସାରଙ୍ଗ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଆଖପାଖ ଅଞ୍ଚଳରେ ଧର୍ମୀୟ ଚେତନାର ବାତାବରଣକୁ ଉଜ୍ଜୀବିତ କରି ରଖିବା ଦିଗରେ ଏହି ବିଶ୍ଵଶାନ୍ତି ମାନସ ଯଜ୍ଞ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅତିଥି ଗଣ ମତବ୍ୟକ୍ତ କରିଥିଲେ । ଜ୍ୟୋତିରଂଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଜିଠାରୁ ଷୋହଳ ପ୍ରହାର ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ଆସନ୍ତା ରବିବାର ବିଶ୍ଵଶାନ୍ତି ମାନସ ଯଜ୍ଞର ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି ।

jittmm
Leave A Reply

Your email address will not be published.