ଛତ୍ରପୁର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ବିଦ୍ୟୁତ୍‌ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପୂଜା ମଣ୍ଡପରେ ପବିତ୍ର ବିଶ୍ଵକର୍ମା ପୂଜା ଯଥାରୀତିରେ ବିଧିବଦ୍ଧ ଭାବେ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସୁନ୍ଦର ଆଲୋକମାଳା, ତୋରଣ, ସେଲ୍ଫି ପଏଣ୍ଟ ଆଦି ଅଗଣିତ ଭକ୍ତଙ୍କୁ ବିମୋହିତ କରିଛି । ପ୍ରତ୍ୟହ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ବିଦ୍ୟୁତ୍‌ ବିଭାଗ କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.