om academy

ପାଟଣା ଅଞ୍ଚଳରେ ବିଶ୍ଵକର୍ମା ପୂଜା

jsm

ପାଟଣା : ନିର୍ମାଣର ଆଦିସ୍ରଷ୍ଟା ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଟଣା ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ମୁଖ୍ୟାଳୟ ସମେତ ସ୍ୱାମ ହନୁମାନ ଛକ, ଆନନ୍ଦେଶ୍ୱର ମନ୍ଦିର ପ୍ରାଙ୍ଗଣ ଓ ତୁରୁମୁଙ୍ଗାର ଟାଟା ପାୱାର ଉପଖଣ୍ଡ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ପାଟଣାରେ ଟାଟା ପାୱାର ପକ୍ଷରୁ ପାଟଣା କାର୍ଯ୍ୟାଳୟ ଓ ମୂଷାଖୋରୀ (ଡ଼ିଆନାଳୀ ଗ୍ରୀଡ଼) ଠାରେ ସ୍ୱତନ୍ତ୍ର ଭାବେ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି । ସେହିପରି ଢେଙ୍କିକୋଟ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଧୁମଧାମରେ ପାଳନ କରାଯାଇଥିବା ବେଳେ ଢେଙ୍କିକୋଟ ଟାଟା ପାୱାର କାର୍ଯ୍ୟାଳୟ ଓ ଟିକିରା ଗ୍ରିଡରେ ବିଶ୍ଵକର୍ମାଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ନିଷ୍ଠାର ସହ ପୂଜା କରାଯାଇଛି ।

Leave A Reply

Your email address will not be published.