ରାଉରକେଲାରେ ବିଶ୍ୱକପ୍‌ ହକିର ମଜା ନେଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ

ଭୁବନେଶ୍ୱର : ବିଶ୍ୱକପ୍ ପୁରୁଷ ହକି ଖେଳ ଉପଭୋଗ କରିଛନ୍ତି ଭିନ୍ନକ୍ଷମ ଛାତ୍ରଛାତ୍ରୀ । ପ୍ରାୟତଃ ବାହାର ଦୁନିଆରୁ ଦୂରରେ ବୋଲି ମନେ କରୁଥିବା ଏହି ପିଲାମାନେ ହକି ଖେଳ ଦେଖିବାରୁ ଭରପୂର ମଜା ଉଠାଇଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ରାଉରକେଲା ଅଭିମୁଖେ ବିମାନଯାତ୍ରା କରିଥିଲେ ୧୬ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ । ସେମାନେ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମ୍‌ରେ ହକି ଖେଳ ଦେଖିବା ପରେ ବେଦବ୍ୟାସଠାରେ ରାତ୍ରୀଯାପନ କରି ପରଦିନ ଭୁବନେଶ୍ୱର ଫେରିବେ ।

Leave A Reply

Your email address will not be published.