oom

ବଲାଙ୍ଗିର ରେଡକ୍ରସ ସୋସାଇଟି ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲ ଠାରେ ଆଜି ବିଶ୍ୱ ରେଡକ୍ରସ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୦ ୟୁନିଟ ରକ୍ତ ସଂଗ୍ରହ କରାଗଲା । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିରର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ଯୋଗ ଦେଇ ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ । ମେଡିକାଲ ସୁପରିଟେଣ୍ଡେଣ୍ଟ ଡ. ମହେନ୍ଦ୍ର କୁମାର ନାୟକ ତଥା ଜିଲ୍ଲା ରେଡକ୍ରସର ଉପାଧ୍ୟକ୍ଷ ଏବଂ ପୃଷ୍ଠପୋଷକ ବିଷ୍ଣୁ ପ୍ରସାଦ କେଡିଆ ତଥା ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସଭାପତି ବିବେକାନନ୍ଦ ପଟେଲ ଏବଂ ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କୁ ଉପାଧ୍ୟକ୍ଷ ବିଷ୍ଣୁ ପ୍ରସାଦ କେଡିଆଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ଏବଂ ଉପଢୈାକନ ମୁଖ୍ୟ ଅତିଥି ଶ୍ରୀ ଲାଗୁରି ପ୍ରଦାନ କରିଥିଲେ । କୋଭିଡ୍‌ ୧୯ ସମସ୍ୟା ପରେ ବଲାଙ୍ଗିର ଜିଲ୍ଲାରେ ଜୁନିୟର ରେଡକ୍ରସ ତରଫରୁ ବ୍ୟାପକ ଜନସେଚନତା କାର୍ଯ୍ୟକ୍ରମ କରିଥିବାରୁ ଶିକ୍ଷକ ରାମ ନାରାୟଣ ଦାଶଙ୍କ ସହିତ ସହକର୍ମୀମାନଙ୍କୁ ତଥା ପୃଷ୍ଠ ପୋଷକ ବିଷ୍ଣୁ ପ୍ରସାଦ କେଡିଆଙ୍କୁ ମୁଖ୍ୟ ଅତିଥି ଶ୍ରୀ ଲାଗୁରି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ରେଡକ୍ରସର ସଂପାଦିକା ରୀନା କୁମାରୀ ନାଏକ ତଥା ଗୀତାଞ୍ଜଳି ସା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ରେଡକ୍ରସର ପୃଷ୍ଠ ପୋଷକ ବିଷ୍ଣୁ ପ୍ରସାଦ କେଡିଆଙ୍କର ଜ୍ୟେଷ୍ଠ ପୁତ୍ର କରୋନାରୁ ଜୟଯୁକ୍ତ ହୋଇ ବି ପୋଜିଟିଭ୍‌ ପ୍ଲାଜମା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ମୋହିତ, ମୁକେଶ, ଗୌତମ, ବିଶ୍ୱ, ଆଶିଷ, ସୁଦିପ୍‌, ପ୍ରତିକ, ବସୁଦେବ, ବିରେନ୍ଦ୍ର, କୁନା ପ୍ରମୁଖ ରକ୍ତଦାନ କରିଥିଲେ । ରକ୍ତ ଭଣ୍ଡାର ଡ. ଆରତୀ ପଣ୍ଡା, ନରେଶ ମିଶ୍ର, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଅବଦୁଲ ଅସରଫ, ଜ୍ୟୋତି ନାୟକ, କେଶବ ଷାଣ୍ଢ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.