oom

ଜିଲ୍ଲାସ୍ତରୀୟ ବିଶ୍ୱ ଦୃଷ୍ଟି ଦିବସ ପାଳିତ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ସଭା ଗୃହଠାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡିସି) ଡା. ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କନ୍ସଲଟାଣ୍ଟ ଅପଥାମୋଲୋଜୀ ଡା. ସଞ୍ଜିବ କୁମାର କର, ମେଡିକାଲ ଅଧିକ୍ଷକ ମହାନଦୀ ନେତ୍ର ଚିକିତ୍ସାଳୟ ଡା. ଦେବେନ୍ଦ୍ର କୁମାର ସାହୁ, ଏଡମିନିଷ୍ଟାଟର ବିଭୁ ପ୍ରସାଦ ବଳିୟାର ସିଂ, ପବ୍ଲିକ ରିଲେସନ୍ ଅଫିସର୍ ଜି. ଗୋପାଳ ଓ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିମାନେ ବିଶ୍ୱ ଦୃଷ୍ଟି ଦିବସର ଉଦ୍ଦେଶ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ସଚେତନତା ମାଧ୍ୟମରେ କିପରି ଆଖିର ଯତ୍ନ ନେଇ ଅନ୍ଧତ୍ୱ ଦୂରୀକରଣ ଉପରେ ଆଲୋକପାତ କରି ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇ ପାରିବ ତାହା ଉପରେ କହିଥିଲେ । ଏ ବର୍ଷର ସ୍ଲୋଗାନ ହେଉଛି “କର୍ମ କ୍ଷେତ୍ରରେ ଚକ୍ଷୁର ଯତ୍ନ ନିଅନ୍ତୁ” । ସଭାରେ ମହାନଦୀ ନେତ୍ର ଚିକିତ୍ସାଳୟର ବରିଷ୍ଠ କର୍ମକର୍ତ୍ତା ବୃନ୍ଦ, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ୧୦ଜଣ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରି ଏକ ରାଲି ସହର ପରିକ୍ରମା କରିଥିଲା । ଶେଷରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.