ls

କରନବୀର ସିଂଙ୍କ ସାଇକେଲରେ ବିଶ୍ୱ ଭ୍ରମଣ

sb

ରାଉରକେଲା, (ସସ୍ମିତା ପ୍ରଧାନ) : ପଞ୍ଜାବ ପ୍ରଦେଶ ରୋପରର ବାସିନ୍ଦା କରନବୀର ସିଂ (୨୯) ସାଇକେଲ ଯୋଗେ ସଂପ୍ରତି ବିଶ୍ୱ ଭ୍ରମଣରେ ବାହାରି ଏବେ ରାଉରକେଲାରେ ପହଞ୍ଚିଛନ୍ତି । ସେ ଗତ ମାସରେ ଭାରତର ରାଜ୍ୟଗୁଡ଼ିକ ଭ୍ରମଣ କରି ଏବେ ରାଉରକେଲାରେ ହେଉଥିବା ବିଶ୍ୱକପ୍‌ ହକି ଆୟୋଜକ ଓ ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ ଆସିଛନ୍ତି ବୋଲି କହିଛନ୍ତି । ଏହାପରେ ସେ ଚୀନ, ଥାଇଲାଣ୍ଡ, ଋଷ ଓ ୟୁରୋପର ୮ ଟି ଦେଶ ଦେଇ ପ୍ରାୟ ୨୧ଟି ଦେଶ ଭ୍ରମଣ କରି ଶେଷରେ ଲଣ୍ଡନରେ ପହଞ୍ଚିବେ ବୋଲି ଜଣାପଡ଼ିଛି । ଦୈନିକ ପ୍ରାୟ ୧୫୦ରୁ ୨୦୦ କିମି ଯାତ୍ରା କରୁଥିବା ଶ୍ରୀ ସିଂ ବୃକ୍ଷରୋପଣ, ଜଳ, ପଶୁପକ୍ଷୀ ସଂରକ୍ଷଣ, କନ୍ୟା ଭୃଣ ହତ୍ୟା, ନିର୍ଯ୍ୟାତନା ବନ୍ଦ ସହ ଶରୀରର ସୁସ୍ଥତା ପାଇଁ ବାର୍ତ୍ତା ପ୍ରଚାର ସହ ବିଶ୍ୱ ଭ୍ରମଣରେ ବାହାରିଛନ୍ତି । ତାଙ୍କୁ ଆଉ ପ୍ରାୟ ୨୩ ହଜାର ୫ଶହ କିମି ରାସ୍ତା ଅତିକ୍ରମ କରିବାକୁ ପଡିବ । ଭୀଷଣ ଥଣ୍ଡା ଯୋଗୁଁ ସାଇକେଲ ଯାତ୍ରାରେ ଟିକିଏ ଅସୁବିଧା ହେଉଥିଲେ ହେଁ ଦୃଢମନସ୍କ ଥିବା ଶ୍ରୀ ସିଂ ନିଜ ଇଚ୍ଛାଶକ୍ତିକୁ ପୂରଣ କରିବା ପାଇଁ ସଂକଳ୍ପବଦ୍ଧ ଅଛନ୍ତି । ସେ ରାଉରକେଲାରେ ପହଞ୍ଚିବା ପରେ ସମାଜସେବୀ ତଥା ହୋଟେଲ ବ୍ୟବସାୟୀ ଭବନ ସିଂ ତାଙ୍କ ଯାତ୍ରାର ସଫଳତା କମନା କରିବା ସହ ଉତ୍ସାହିତ କରିଥିଲେ । ଭାରତୀୟ ହକି ଖେଳାଳି ଧରମବୀର ସିଂ ଓ ଗଗନଦୀପ ସିଂ ତାଙ୍କ ସମ୍ପର୍କୀୟ ଭାଇ ହୋଇଥିବାରୁ ସେ ହକିକୁ ଭଲପାଇବା ସହ ହକି ଦଳକୁ ସମର୍ଥନ କରିବାକୁ ରାଉରକେଲାରେ ପହଞ୍ଚିଥିବା କହିଛନ୍ତି ।

pc pk
Leave A Reply

Your email address will not be published.