ପାଟଣାଗଡରେ ବିଷୁବ ମିଳନ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ମହାବିଷୁବ ମିଳନ ତଥା ଓଡିଆ ନବ ବର୍ଷ ଅବସରରେ ପାଟଣାଗଡ ସାଂସ୍କୃତିକ ପରିଷଦ ତରଫରୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଆସରରେ ଅଧ୍ୟକ୍ଷତା କରିଥିଲେ ସାଂସ୍କୃତିକ ପରିଷଦ ସଭାପତି ଅରୁଣ କୁମାର ପଟ୍ଟନାୟକ । ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ. ଜ୍ୟୋତିର୍ମୟୀ ସାହୁ ବିଷୁବ ମିଳନର ମହତ୍ୱ ଉପରେ ଆଲୋଚନା କରିଥିଲେ । ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କଳା ଏବଂ ସଂସ୍କୃତି ପରିପ୍ରେକ୍ଷୀରେ ଆଜିକାର ସମାଜ ବିଷୟ ଉଲ୍ଲିଖିତ କରିଥିଲେ । ଆଶିଷ କୁମାର ଚନ୍ଦନ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ପରିଷଦ ସଂପ୍ରାଦକ ଦିଲ୍ଲୀପ କୁମାର ମିଶ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ବିଷୁବୋତ୍ସବ ଅବସରରେ କବିତା ପାଠ ଅଧିବେଶନରେ ସଭାପତିିିିତ୍ୱ କରିଥିଲେ ଅଶୋକ ପାଣିଗ୍ରାହୀ । ସଂଯୁକ୍ତା ପରିଚ୍ଛା ଏବଂ ସଂଯୁକ୍ତା ଚନ୍ଦନ ସଂଯୋଜନାରେ ପ୍ରାୟ ତିରିଶ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ ।

Leave A Reply

Your email address will not be published.

error: Content is protected !!