ବଲାଙ୍ଗିର, (କେପିଏନ୍ଏସ୍) : ଗଡୁଛି ମୁଣ୍ଡ । ବୁଲୁଛି ଖଣ୍ଡା ତରୱାଲ ଓ ନାନାଦି ମାରଣାସ୍ତ୍ର । ଲୁଟ୍ତରାଜ ଚୋରି ଡକାୟତିରେ କମ୍ପୁଛି ସହର, ଏବେ ବିଶୃଙ୍ଖଳା ବଳୟରେ ବଲାଙ୍ଗିର ସହର । ପୁଲିସ ପ୍ରଶାସନର ତନାଘନା ଉଦ୍ୟମ ସତ୍ୱେ ଥମୁନି ଅପରାଧ । ଅପରାଧୀଙ୍କ ଚରାଭୂମି ପାଲଟିଛି ସହର । ସୂଚନାଯୋଗ୍ୟଯେ, ଗତକିଛି ଦିନ ହେଲା ପ୍ରତ୍ୟହ କିଛିନା କିଛି ହିଂସାତ୍ମକ ଘଟଣା ଘଟି ଚାଲିଥିବା ବେଳେ ବଲାଙ୍ଗିର ସହରବାସୀ ଏବେ ଆଶଙ୍କିତ ଅବସ୍ଥାରେ । ଦିନେ କୁହାଯାଉଥିଲା, ବଲାଙ୍ଗିର ସହର ଏକ ଶାନ୍ତ ସହର ଏବେ କିନ୍ତୁ ପୁରା ଓଲଟା । ଗୁଣ୍ଡାଗର୍ଦି, ଚୋରି, ଡକାୟତି, ହାଣକାଟ ଓ ନାନା ପ୍ରକାରର ଅପରାଧିକ କାର୍ଯ୍ୟକଳାପରେ ରୀତିମତ ଥରି ଉଠୁଛି ବଲାଙ୍ଗିର ସହରର ଛାତି । ସହରର ଶୃଙ୍ଖଳା ରକ୍ଷା କରିବା ଦିଗରେ ପୋଲିସ ପ୍ରଶାସନ ଆହୁରି ବଳିଷ୍ଠ ହେବାକୁ ପଡିବ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି ।