oom

ବଲାଙ୍ଗିର ସହର ରାଜୀବ ନଗର ୱାର୍ଡ ନଂ. ୧୮ ଠାରେ କଳିକେଶ ସିଂହଦେଓଙ୍କ ବିଜେଡିର ବିଶାଳ ଜନସମାବେଶ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଓ ବିକାଶ ମୂଳକ କାର୍ଯ୍ୟ ଏବଂ କଳିକେଶଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତା ନିର୍ବାଚନରେ ସଫଳତା ପ୍ରଦାନ କରିବ ବୋଲି ବିଶ୍ୱାସ ରଖିଛନ୍ତି ଶ୍ରୀମତୀ ମେଘ୍‌ନା ସିଂହଦେଓ । ତେବେ ଶ୍ରୀମତୀ ସିଂହଦେଓ ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ତାଙ୍କ ସ୍ୱାମୀ ବିଧାୟକ ପ୍ରାର୍ଥୀ କଳିକେଶଙ୍କ ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ଠାରେ ଦୁଇ ଖଣ୍ଡ ଭୋଟ ଶଙ୍ଖକୁ ଦେଇ ଜିତେଇବା ପାଇଁ ନିବେଦନ କରିଥିଲେ । ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ୱାରା ୱାର୍ଡ ନମ୍ବର ୧୮ ରାଜୀବ ନଗରରେ ନରସିଂହ ବାଗଙ୍କ ସଭାପତିତ୍ୱରେ ବିଜେଡିର ଏକ ବିଶାଳ ଜନସଂପର୍କ ସାଧାରଣ ସଭାରେ ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ, ସହଧର୍ମିଣୀ ମେଘ୍‌ନା ସିଂହଦେଓ, ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ପୌର ଅଧ୍ୟକ୍ଷା ଲିକା ସାହୁ, କାଉନ୍‌ସିଲର୍‌ ଗଙ୍ଗା ଚାନ୍ଦ, ବିଧୁଭୂଷଣ ତ୍ରିପାଠୀ ପ୍ରମୁଖ ଅଭିଭାଷଣ ଦେଇଥିଲେ । କଳିକେଶ ସିଂହଦେଓଙ୍କୁ ଓ ସୁରେନ୍ଦ୍ର ସିଂ ଭୋଇଙ୍କୁ ଦୁଇଟି ଭୋଟ ଦେଇ ବିପୁଳ ମାତ୍ରାରେ ବିଜୟୀ କରିବା ପାଇଁ ବିଜେଡି ନେତାମାନେ ୱାର୍ଡ ବାସିନ୍ଦାଙ୍କୁ ନିବେଦନ କରିଥିଲେ । ଏହି ଅବସରରେ କଳିକେଶ ଉପସ୍ଥିତ ଜନସାଧାରଣଙ୍କ ଠାରୁ ଭୋଟ ଆଶୀର୍ବାଦ ଲୋଡିଥିଲେ । ଆମର ପୌରପରିଷଦ ତରଫରୁ ବଲାଙ୍ଗିରର ବିଭିନ୍ନ ୱାର୍ଡ଼ରେ ରହିଥିବା ସମସ୍ୟାକୁ ସମାଧାନ କରାଯାଇଛି । ୱାର୍ଡ ନଂ.୧୮ରେ ବସ୍ତି ବାସିନ୍ଦାଙ୍କ ସ୍ଥାୟୀ ପଟ୍ଟା ଶ୍ରୀଘ୍ର କରାଯିବ ବୋଲି ବିଧାୟକ ପ୍ରାର୍ଥୀ କଳିକେଶ କହିଛନ୍ତି । ଯାହା ପାଣି ସମସ୍ୟା ରହିଛି, ଏଥିପାଇଁ ଓଭର୍‌ ଟେଙ୍କ୍‌ କରାଯିବା ସହିତ ୨୪ ଘଣ୍ଟା ପାଣି ସହିତ ପ୍ରତି ଘରକୁ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ର୍ରୁତି ଦେଇଥିଲେ । ଆଉ ଯାହା କାମ ରହିଯାଇଛି, ତାକୁ ନିର୍ବାଚନ ପରେ ଯଥା ଶୀଘ୍ର କରାଯିବ ବୋଲି ରାଜୀବନଗର ପଡ଼ାବାସୀଙ୍କୁ କହିଛନ୍ତି କଳିକେଶ । ଏହି ଅବସରରେ ଶହ ଶହ ସଂଖ୍ୟାରେ ମହିଳା, ପୁରୁଷ, ବୁଦ୍ଧିଜୀବୀ ତଥା ଯୁବକମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.