ଇନ୍ଦୋର : ମଧ୍ୟପ୍ରଦେଶର ଇଣ୍ଡଷ୍ଟ୍ରିଆଲ ସହର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି । ଚାକିରିରୁ ବହିଷ୍କୃତ ହେବା ପରେ ୭ ଜଣ କର୍ମଚାରୀ ଗୁରୁବାର କମ୍ପାନୀ ଗେଟ୍ ଆଗରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସମସ୍ତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଏବେ ବିପଦମୁକ୍ତ ବୋଲି କୁହାଯାଇଛି ।
ପୋଲିସ ତଦନ୍ତ ଆରମ୍ଭ କରିଛି, କିନ୍ତୁ ଚିକିତ୍ସା ହେତୁ କର୍ମଚାରୀଙ୍କ ବିବୃତ୍ତି ନିଆଯାଇପାରି ନାହିଁ । କମ୍ପାନୀର ମାଲିକ ଏବେ ଫେରାର ଅଛନ୍ତି । ସୂଚନାନୁସାରେ, ଇନ୍ଦୋରର ପରଦେଶୀପୁରା ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଆଜମେରା ୱାୟାର ପ୍ରଡକ୍ଟରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନଙ୍କୁ ଗତ କିଛି ମାସ ଧରି କମ୍ପାନୀ ମ୍ୟାନେଜମେଣ୍ଟ ଦ୍ୱାରା ଦରମା ଦିଆଯାଇ ନ ଥିଲା ଏବଂ ସେମାନେ କାର୍ଯ୍ୟ କରୁ ନ ଥିବାରୁ ବୁଧବାର ସେମାନଙ୍କୁ ଚାକିରିରୁ ମଧ୍ୟ ବହିଷ୍କୃତ କରାଯାଇଥିଲା । ଏହି ୭ ଜଣ କର୍ମଚାରୀ ଆଜି ସକାଳେ କମ୍ପାନୀ ଗେଟ୍ ପାଖରେ ପହଞ୍ଚି ମାଲିକଙ୍କୁ ଭେଟିବାକୁ ଜିଦ ଧରିଥିଲେ । ମାଲିକ ସେମାନଙ୍କୁ ଭେଟିବାକୁ ମନା କରିବାରୁ ସେମାନେ ବିଷ ପିଇ ଦେଇଥିଲେ ।
Prev Post