jayashree

ଆଦିବାସୀ ଜମି ଅକ୍ତିଆରକୁ ବିରୋଧ କଲେ ଗ୍ରାମବାସୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଦିବାସୀ ଜମି ଅକ୍ତିଆରକୁ ବିରୋଧ କଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲନରା ବ୍ଲକ ଅମଲାଭଟା ଗ୍ରାମରେ । ଏ ସମ୍ପର୍କରେ ଥାନା କିମ୍ବା ରାଜସ୍ୱ ବିଭାଗରେ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ରାୟଗଡା ତହସିଲଦାର ଅଧୀନ ଅମଲାଭଟା ମୌଜାରେ ଖାତା ନଂ ୨୬/୨ , ପ୍ଲଟ ନଂ ୧୦ରେ ୪.୮୦ ଏକର ଜମି ସମୁଲୁ ହୁଈକାଙ୍କ ନାମରେ ରହିଛି । ପୂର୍ବ ପୁରୁଷରୁ ତାଙ୍କର ପରିବାର ଚାଷ କରି ଆସୁଛନ୍ତି । ନିକଟରେ ଥିବା ଆଉ ଏକ ଜମିକୁ କିଛିଦିନ ତଳେ ଡି. ଶ୍ରୀନୁ ନାମକ ଜଣେ ବ୍ୟକ୍ତି କିଣିଛନ୍ତି । ପରବର୍ତ୍ତୀ ସମୟରେ ସମ୍ବୁଲୁଙ୍କ ଜମି ମଧ୍ୟ ଅକ୍ତିଆର କରିବାକୁ ଚେଷ୍ଟା କରୁଥିା କୁହାଯାଇଛି । ଏଭଳି କି ଆଜି ଜେସିବି ଲଗାଇ ସେହି ଜମିକୁ ସମତଳ କରୁଥିବା ଖବର ପାଇ ସମ୍ବୁଲୁ, ସମ୍ବୁଲୁଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ ସେଠାରେ ପହଞ୍ଚି ବିରୋଧ କରିଥିଲେ । ଆଦିବାସୀଙ୍କ ଜମି ଅକ୍ତିଆର ବନ୍ଦ କର ବୋଲି ନାରା ବାଜି ଦେଇ ଜମି ସମତଳ କାମକୁ ବନ୍ଦ କରିଥିଲେ ।

Leave A Reply

Your email address will not be published.