oom

ଜଗନ୍ନାଥ ଅର୍ପଣ ରଥ ପରିକ୍ରମାକୁ ରୋତ୍‌ ଗ୍ରାମରେ ବିଜେପି ତରଫରୁ ବିରୋଧ ପ୍ରଦର୍ଶନ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ୍‌ ଗ୍ରାମପଂଚାୟତରେ ଜଗନ୍ନାଥ ଅର୍ପଣ ରଥକୁ ବିରୋଧ ପ୍ରଦର୍ଶନ କରାଯାଇଛି । ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମର ରଥ ରୋତ୍‌ ଗ୍ରାମର ମାଉସୀ ମନ୍ଦିର ଅଭିମୁଖେ ଆସୁଥିବା ବେଳେ ରୋତ୍‌ ଗ୍ରାମର ବିଜେପି କର୍ମୀମାନେ ରଥକୁ କଳା ପତାକା ପ୍ରଦର୍ଶନ ସହ ବିଭିନ୍ନ ନାରାବାଜି ସହିତ ବିରୋଧ ପ୍ରଦର୍ଶନ କରିଥିଲେ । ଏମ୍‌ପି ନୋମିନି ଉମେଶ ପଟେଲଙ୍କ ସହ ବଳରାମ ପଟେଲ, ମଣ୍ଟୁ ପଟେଲ, ପିଣ୍ଟୁ ପଟେଲ, ଜିତୁ ପଟେଲ, ନିତ୍ୟାନନ୍ଦ ପଟେଲ, ବବୁଲୁ ପଟେଲ, ପ୍ୟାରି ପଟେଲ, ଅରୁଣ ପଟେଲ, ଅମରେଶ ପଟେଲ, ଟିକୁ ପଟେଲ, ଅଶ୍ୱିନୀ ପଟେଲ ପ୍ରମୁଖ ବହୁ ସଂଖ୍ୟକ ବିଜେପି କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଅର୍ପଣ ରଥରେ ଜଗନ୍ନାଥଙ୍କ ଫଟୋ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି. କେ. ପାଣ୍ଡିଆନଙ୍କ ଫଟୋ ରଖି ବିଜେଡି ଦଳୀୟ ପ୍ରଚାର କରୁଛି ବୋଲି ବିରୋଧ ପ୍ରଦର୍ଶନ କରାଯାଇଥିବା ବିରୋଧକାରୀଙ୍କଠାରୁ ପ୍ରକାଶ । ତେଣୁ ଆଗାମୀ ନିର୍ବାଚନରେ ବିଜେଡିକୁ ସାଧାରଣ ଜନତା ଏହାର ଉଚିତ ଜବାବ ଦେବେ ବୋଲି ଜନସାଧାରଣରେ ଗୁଜବ ପ୍ରଚାର ହେଉଛି । ରୋତ୍‌ ଗ୍ରାମପଂଚାୟତ ସହ ଆଗଲପୁର, ଭରସୂଜା ଗ୍ରାମ ପଂଚାୟତମାନଙ୍କରେ ମଧ୍ୟ ଏହି ଭଳି ପ୍ରଚାର ହେଉଥିବା ଶୁଣିବାକୁ ମିଳୁଛି ।

jittmm
Leave A Reply

Your email address will not be published.