ଦେବାଦେବୀଙ୍କ ନାଁରେ ମଦ ବାର୍ ଖୋଲିବାକୁ ବିରୋଧ

ଭଦ୍ରକ : ମନ୍ତ୍ରଧ୍ୱନିରେ କଂପୁଛି ଜିଲ୍ଲାପାଳଙ୍କ ଅଫିସ ପରିସର । ସହର ମଧ୍ୟରେ ଠାକୁରଙ୍କ ନାଁରେ ମଦ ବାର ଖୋଲିବାକୁ ନେଇ ଚାଲିଛି ନିଆରା ପ୍ରତିବାଦ । ମଦ ବାର୍‌କୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବି ଜଣାଇବାକୁ ଆସିଛନ୍ତି ସ୍ଥାନୀୟ ବାସିନ୍ଦା । ଭଦ୍ରକ ସହର ମଧ୍ୟରେ ଅନେକ ବାର ଓ ମଦ ଦୋକାନ ରହିଛି । କିନ୍ତୁ ସରକାରଙ୍କ ନିୟମ କହୁଛି ବିଦ୍ୟାଳୟ, ମନ୍ଦିର ନିକଟରେ ମଦ ଦୋକାନ ଖୋଲାଯିବା ବେଆଇନ । ଏମିତିକି କୌଣସି ଦେବା ଦେବୀଙ୍କ ନାଁରେ ମଦ ବାର ବା ଦୋକାନ ଖୋଲିବାକୁ ମନା ହୋଇଛି । ଏ ସଂପର୍କରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ମଧ୍ୟ ଚିଠି ମାଧ୍ୟମରେ ସବୁ ଜିଲ୍ଲାର ଅବକାରୀ ଆରକ୍ଷୀ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ହେଲେ ଭଦ୍ରକରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି । ଏନେଇ ସ୍ଥାନୀୟ ବାସିନ୍ଦା ମୃଦଙ୍ଗ, ଝାଞ୍ଜ ମହାମନ୍ତ୍ରରେ କୀର୍ତ୍ତନ କରି ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.